Odisha news

ବର୍ତ୍ତମାନ୍ ସ୍ମାର୍ଟ ଫୋନ୍ ଧରିବ ମଦୁଆଙ୍କୁ : ଏହିଭଳି କାମ କରିବ ସେନ୍ସର୍

ନୂଆଦିଲ୍ଲୀ : ଆଜିକାଲି ସ୍ମାର୍ଟ ଫୋନ୍ କେବଳ କଥା ହେବାର ଆବଶ୍ୟକତା କୁ ମେଣ୍ଟାଉ ନାହିଁ । ଏହା ଏବେ ଅନେକ ପ୍ରକାର କାର୍ଯ୍ୟରେ ବ୍ୟବହାର ହେଉଛି । ସେହିଭଳି ସ୍ମାର୍ଟ ଫୋନ୍ ମଦୁଆ ଙ୍କୁ ମଧ୍ୟ ଧରିବ । ଏହି କାର୍ଯ୍ୟ ସ୍ମାର୍ଟ ଫୋନ୍ ସେନ୍ସର୍ କରିବ । ସେନ୍ସର୍ ଜରିଆରେ ମଦୁଆ ଙ୍କୁ ଧରିବାକୁ ସୁବିଧା ହେବ । ଗୋଟିଏ ନୂଆ ଗବେଷଣା ରୁ ଏହା ଜଣା ପଡ଼ିଛି ।
ଆମେରିକାର ଗୋଟିଏ ଗବେଷଣା ରେ ଭାଙ୍ଗ ନିଶା ସେବନ କରିଥିବା ବ୍ୟକ୍ତିଙ୍କୁ ଜାଣିବା ପାଇଁ ସ୍ମାର୍ଟ ଫୋନ୍ ଡାଟା ର କମ୍ବିନେସନ୍ କୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଠିକ୍ ତଥ୍ୟ ମିଳିଥିଲା ।
ଗବେଷକ ମାନେ କିଛି ଯୁବକ ଙ୍କୁ ନେଇ ଷ୍ଟଡି କରିଥିଲେ । ସେହି ଯୁବକ ମାନଙ୍କ ମଧ୍ୟରୁ କିଛି ଭାଙ୍ଗ ନିଶାରେ ଥିବା ବେଳେ ତାଙ୍କର ଡାଟା ବିଶ୍ଳେଷଣ କରାଯାଇ ଥିଲା । ଏହି ବିଶ୍ଳେଷଣ ରେ ଜଣା ପଡ଼ିଲା ଯେ ଭାଙ୍ଗ ଖାଇଥିବା ବ୍ୟକ୍ତିଙ୍କର ସ୍ମାର୍ଟ ଫୋନ୍ ସେନ୍ସର୍ ଦ୍ଵାରା ଧରା ପଡ଼ିଥିଲେ । ଆଶା କରାଯାଉଛି ଯେ ବର୍ତ୍ତମାନ୍ ଏହା ମଦ୍ୟପ ମାନଙ୍କୁ ଧରିବ ।
Ad2

Comments are closed.