ପାଠ ପଢ଼ିବାର ଅଜବ ନିଶା : ଅପରେସନରେ ଛୁଆ ପ୍ରସବ କରି ସାରିବା ପରେ ଆମ୍ବୁଲାନ୍ସ ରେ REET ପରୀକ୍ଷା ଦେବା ପାଇଁ ମହିଳା ପହଞ୍ଚିଲେ ପରୀକ୍ଷା କେନ୍ଦ୍ରରେ
ନୂଆଦିଲ୍ଲୀ : କୁହାଯାଏ ସାହସ , ଇଚ୍ଛାଶକ୍ତି ଓ ଆଗ୍ରହ ଆଗରେ କୌଣସି କାର୍ଯ୍ୟ ହାର ମାନେ ନାହିଁ । ଏହିଭଳି ସାହସ ଦେଖାଇଛନ୍ତି ଜିଲ୍ଲା ଡାକ୍ତରଖାନା ରେ ଛୁଆ ପ୍ରସବ କରିଥିବା ଜଣେ ମହିଳା । ତାଙ୍କ ପେଟରେ ଷ୍ଟିଚ ପଡ଼ିଥିବା ସତ୍ତ୍ୱେ ସେ ଆମ୍ବୁଲାନ୍ସ ଯୋଗେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଥିଲେ । ଉତ୍ସାହ ଏହିପରି ଥିଲା ଯେ ମହିଳା ଜଣଙ୍କ ତୃତୀୟ ଦିନ ରାଜସ୍ଥାନ ଇଲିଯିବିଲିଟୀ ଏକଜାମିନେଶନ ଫର୍ ଟିଚର୍ ପରୀକ୍ଷା ଦେବା ପାଇଁ ସିଧାସଳଖ ଡାକ୍ତରଖାନା ରୁ ପରୀକ୍ଷା କେନ୍ଦ୍ର ରେ ପହଞ୍ଚି ଥିଲେ ।
ମହିଳା ଜଣଙ୍କ REET ପାଇଁ ଖୁବ୍ ପରିଶ୍ରମ କରିଥିଲେ । ତଥାପି ସେ ପରୀକ୍ଷା ଦେବାକୁ ଚାହୁଁ ଥିଲେ । ଉକ୍ତ ମହିଳା ଙ୍କ ନାମ ରବୀନା , ସେ ଏହି ବିଷୟରେ ନିଜ ସ୍ବାମୀଙ୍କୁ କହିଥିଲେ । କିନ୍ତୁ ସେ ରବିବାର ଦିନ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇ ଥିଲେ । ତାଙ୍କ ସାହସ ର ସମସ୍ତେ ପ୍ରଶଂସା କରୁଛନ୍ତି । ଏଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ପକ୍ଷ ମଧ୍ୟ ସହଯୋଗ କରିଥିଲେ ।

Comments are closed.