ସ୍ୱାସ୍ଥ୍ୟ ପାଇଁ ଫିଟ ରହିବା ନିହାତି ଆବଶ୍ୟକ l ନିଜକୁ ଫିଟ ରଖିବା ପାଇଁ ଅତି କମ ରେ ୮ ଘଣ୍ଟା ଶୋଇବା ଉଚିତ l ସୁସ୍ଥ ନିଦ୍ରା କାରଣରୁ ଆପଣଙ୍କର ଠିକ ଭାବରେ କାମ କରିବାରେ ଇଛା ଜାଗ୍ରତ ହୋଇଥାଏ l ଠିକ ସମୟରେ ଶୋଇବା ଓ ଠିକ ସମୟରେ ଉଠିବା ଶରୀର ପାଇଁ ନିହାତି ଆବଶ୍ୟକ l କିନ୍ତୁ ଅଧିକ ଶୋଇବା ଦ୍ୱାରା ମଧ୍ୟ ଶରୀର ଗମ୍ଭୀର ରୋଗରେ ଆକ୍ରାନ୍ତ ହୋଇପାରେ l
ତେଣୁ ଆସନ୍ତୁ ଜାଣିବା ଆବଶ୍ୟକତା ଠାରୁ ଅଧିକ ଶୋଇବା ଦ୍ୱାରା ଶରୀରର କି କ୍ଷତି ହୋଇଥାଏ –
* ହୋଇ ପାରନ୍ତି ଡିପ୍ରେସନ ର ଶିକାର –
ଯଦି ଆପଣଙ୍କ ବୟସ ୩୦ ବର୍ଷରୁ ଉର୍ଧ୍ଵ ଅଟେ ,ଆପଣଙ୍କୁ ସତର୍କ ରହିବା ଆବଶ୍ୟକ l କହିଁନିକି ନା ଅଧିକ ଶୋଇବା ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ l ଆବଶ୍ୟକତା ଠାରୁ ଅଧିକ ଶୋଇବା ଦ୍ୱାରା ବ୍ୟକ୍ତି ଡିପ୍ରେସନ ର ଶିକାର ହୋଇପାରେ l ତେଣୁ ଠିକ ସମୟରେ ଶୋଇବା ଓ ଉଠିବାର ଅଭ୍ୟାସ ରଖିବା ଆବଶ୍ୟକ l
* ଓଜନ ବୃଦ୍ଧି ହେବାର ଆଶଙ୍କା –
ଅଧିକ ଶୋଇବା ଦ୍ୱାରା ଜୀବନ ଚର୍ଯ୍ୟା ଉପରେ ପ୍ରଭାବ ପକାଇଥାଏ l ଆପଣ ଯଦି ଠିକ ସମୟରେ ସକାଳୁ ନ ଉଠୁଛନ୍ତି ତେବେ ଏହା ଆପଣଙ୍କ ପାଚନ ସମସ୍ୟା ଉପରେ ପ୍ରଭାବ ପକାଇ ଥାଏ l l ଯେଉଁ କାରଣରୁ ଓଜନ ବୃଦ୍ଧି ହେବା ଗୋଟିଏ ସମସ୍ୟା ଭାବରେ ଦେଖା ଦେଇଥାଏ l
* ପିଠିରେ ଯନ୍ତ୍ରଣା ଅନୁଭୂତ –
ଅଧିକ ଶୋଇବା ଫଳରେ ଆପଣ ଅନେକ ସମସ୍ୟାର ସମୁଖୀନ ହୋଇ ପାରନ୍ତି l ଯଦି ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୁଅନ୍ତି କିମ୍ବା ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି ରୁହନ୍ତି ତେବେ ଏହା ଆପଣଙ୍କର ପିଠି ଯନ୍ତ୍ରଣାର କାରଣ ହୋଇପାରେ l ତେଣୁ ଅଧିକ ସମୟ ଶୋଇବା ସ୍ୱାସ୍ଥ୍ୟ ପକ୍ଷରେ ଖୁବ କ୍ଷତି କାରକ l
Comments are closed.