Odisha news

ରାମାୟଣ ର ରୋଚକ କଥା : ମା ସୀତାଙ୍କ ଭାଇ କିଏ ? ଯିଏକି ପୃଥିବୀ ମା ଙ୍କ ପୁତ୍ର ଅଟନ୍ତି

0

ରାମାୟଣ ରେ ଏଭଳି ଅନେକ ରହସ୍ୟ ଲୁଚି ରହିଛି ଯାହା ଆମ ପାଇଁ ଅଜ୍ଞ ଅଟେ, ମା ସୀତା ଙ୍କୁ ନେଇ ରାମାୟଣ ରେ ଅନେକ ଘଟଣା ରହିଛି ତାଙ୍କ ଜନ୍ମରୁ ନେଇ ବନବାସ ଏବଂ ବନବାସ ରୁ ନେଇ ରାମଙ୍କ ଦ୍ୱାରା ତ୍ୟାଗ ହେବାକୁ ନେଇ ଅନେକ ଘଟଣା ଆମେ ଅଳ୍ପ ବହୁତେ ଜାଣିଚୁ l କିନ୍ତୁ ଆମେ ଜନକ ନନ୍ଦିନୀ ସୀତାଙ୍କ ଭାଇ କିଏ ତାହା ବୋଧହୁଏ ଆମ ମାନଙ୍କ ମଧ୍ୟରୁ ଅନେକ ଜାଣି ନାହାନ୍ତି l ପୌରାଣିକ କଥା ଅନୁସାରେ ମାତା ସୀତାଙ୍କ ର ୨ଟି ଭାଇ ଥିଲେ l ଜଣେ ଥିଲେ ମଙ୍ଗଳ ଏବଂ ଅନ୍ୟ ଜଣେ ଥିଲେ ଲକ୍ଷ୍ମୀ ନିଧି l ଲକ୍ଷ୍ମୀ ନିଧି ରାଜା ଜନକଙ୍କ ସାନ ଭାଇଙ୍କ ପୁଅ ଥିଲେ ଏବଂ ତାଙ୍କର ଖୁବ ବର୍ଣନା ରାମାୟଣ ରେ ମିଳିଥାଏ l

ପୌରାଣିକ କଥା ଅନୁସାରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ବିବାହ ରେ ଅନେକ ଦେବତା ଓ ଗ୍ରହ ନିଜର ବେଶ ବଦଳାଇ ଉପସ୍ଥିତ ରହିଥିଲେ l ଏମାନଙ୍କ ମଧ୍ୟରୁ ଜଣେ ଥିଲେ ମଙ୍ଗଳ ଗ୍ରହ, ମଙ୍ଗଳ ଗ୍ରହ ପୃଥିବୀ ମାଙ୍କର ପୁତ୍ର ଅଟନ୍ତି l ଏହି ସମ୍ପର୍କ ରେ ମଙ୍ଗଳ ଦେବ ମାତା ସୀତାଙ୍କ ଭାଇ ଅଟନ୍ତି l ଏବଂ ମଂଗଳଦେବ ମଧ୍ୟ ମାତା ସୀତାଙ୍କ ବିବାହ ରେ ଗୋଟିଏ ଭାଇ ର କର୍ତବ୍ୟ ପାଳନ କରିଥିଲେ , ଯେପରିକି ହିନ୍ଦୁ ରୀତି ରେ ବିବାହ ର ଗୋଟିଏ କାର୍ଯ୍ୟ ରହିଛି ଭାଇ ଭଉଣୀ ହାତକୁ ଖଇ ଦେଇଥାଏ ଏବଂ ସେହି ଖଇ କୁ ଭଉଣୀ ହୋମ ର ପବିତ୍ର ଅଗ୍ନି କୁ ପକାଇ ଥାଏ l ଏହି କାର୍ଯ୍ୟ ଟିକୁ ମା ସୀତାଙ୍କ ବିବାହ ରେ ମଙ୍ଗଳ ଦେବ କରିଥିଲେ l

ମଙ୍ଗଳ ଦେବ ମା ସୀତା ଙ୍କ ଭାଇ ବୋଲି ଅନେକ ଗୁଡିଏ ଧର୍ମ ଗ୍ରନ୍ଥରେ ଏହାର ବର୍ଣନା ରହିଛି l

Leave A Reply