Odisha news

ମଙ୍ଗଳବାର ରେ ଜାଣନ୍ତୁ ପଞ୍ଚମୁଖୀ ମହାବୀର ଙ୍କ ୫ଟି ମୁଖର ମହତ୍ୱ, କେଉଁ ମୁଖ ଦେଇଥାଏ ଜୀବନ ରେ କେଉଁ ସଫଳତା

0

ମଙ୍ଗଳବାର ଦିନ ଟି ପଞ୍ଚମୁଖୀ ମହାବୀର ଙ୍କୁ ପୂଜା କରାଯାଇ ଥାଏ l ପଞ୍ଚମୁଖୀ ମହାବୀର ଙ୍କ ର ଯେଉଁ ୫ ଟି ମୁଖ ରହିଛି ପ୍ରତ୍ୟେକ ମୁଖର ଅଲଗା ଅଲଗା ରହସ୍ୟ ରହିଛି l ଯାହାକି ଆମକୁ ଜୀବନ ରେ ସମସ୍ତ ସମସ୍ୟା ଠାରୁ ଦୂରେଇ ରଖିଥାଏ l

* ପଶ୍ଚିମ ଦିଗକୁ ରହିଥିବା ମୁଖ କୁ ଗରୁଡ଼ ମୁଖ କୁହାଯାଇ ଥାଏ , ଏହି ମୁଖ ଜୀବନ ରେ ଆସୁଥିବା ସମସ୍ତ ବାଧା ବିଘ୍ନ୍ କୁ ଅଟକାଇ ଥାଏ l

* ଉତ୍ତର ଦିଗକୁ ରହିଥିବା ମୁଖ ହେଉଛି ବରାହ ମୁଖ l ଉତ୍ତର ଦିଗକୁ ରହିଥିବା ମୁଖ ଦୀର୍ଘାୟୁ , ଯଶ , ପ୍ରସିଦ୍ଧି ଓ ଶକ୍ତି ଯୋଗାଇ ଥାଏ l

* ପୂର୍ବ ଦିଗକୁ ବାନର ମୁଖ ରହିଥାଏ l ପଞ୍ଚମୁଖୀ ମହାବୀର ଙ୍କ ର ଏହି ମୁଖ ଶତ୍ରୁ ଉପରେ ବିଜୟ ହାସଲ କରିବା ପାଇଁ ଦର୍ଶାଇ ଥାଏ l

* ପଞ୍ଚମୁଖୀ ମହାବୀର ଙ୍କ ର ଦକ୍ଷିଣ ଦିଗ କୁ ରହିଥିବା ମୁଖ ଟି ହେଉଛି ନୃସିଂହ ମୁଖ l ଏହି ମୁଖ ଭୟ , ଚିନ୍ତା ଓ ଅସୁବିଧା ଦୂର କରିଥାଏ l

* ପଞ୍ଚମୁଖୀ ମହାବୀର ଙ୍କ ଅଶ୍ୱ ମୁଖ ଆକାଶ ଆଡକୁ ରହିଥାଏ l ଏହି ମୁଖ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାଏ l

* ପଞ୍ଚମୁଖୀ ମହାବୀର ଙ୍କୁ ମଙ୍ଗଳ ବାର ଦିନ ଦର୍ଶନ କରିବା ଦ୍ୱାରା ସମସ୍ତ ବିଘ୍ନ ଜୀବନ ର ଦୂର ହୋଇଥାଏ l

Leave A Reply