ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା : ଗତ ୫ ବର୍ଷ ମଧ୍ୟରେ ୫୯ ହଜାର ୪୩୭ ଲୋକ ଅନଲାଇନ ଟ୍ରେଡିଙ୍ଗ ଠକେଇର ଶିକାର ହୋଇଛନ୍ତି
ଭୁବନେଶ୍ବର: ଗତ ୫ ବର୍ଷ ମଧ୍ୟରେ ୫୯ ହଜାର ୪୩୭ ଲୋକ ଅନଲାଇନ ଟ୍ରେଡିଙ୍ଗ ଠକେଇର ଶିକାର ହୋଇଛନ୍ତି। ଆଜି ଗୃହରେ ଏଭଳି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଅନଲାଇନ ଟ୍ରେଡିଙ୍ଗ ବର୍ତ୍ତମାନ ସମୟରେ ଠକେଇର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଗତ ୫ ବର୍ଷ ଭିତରେ କେତେ ଯୁବପିଢି ଅନଲାଇନ ଟ୍ରେଡିଂ ଠକେଇର ଶିକାର ହୋଇଛନ୍ତି । ତାର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ବିଧାନସଭାରେ ଜାଣିବାକୁ ଚାହିଁଥିଲେ।
ଏହାର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ୫୯ ହଜାର ୪୩୭ ଲୋକ ଅନଲାଇନ ଟ୍ରେଡିଙ୍ଗ ଠକେଇର ଶିକାର ହୋଇଛନ୍ତି । ୨୦୧୯ରେ ୧୮ ଜଣ, ୨୦୨୦ରେ ୨୮ ଜଣ, ୨୦୨୧ରେ ୨୨ ଜଣ ଏବଂ ୨୦୨୨ରେ ୧୦୫ ଜଣ ଅନଲାଇନ ଟ୍ରେଡିଙ୍ଗ ଠକେଇର ଶିକାର ହୋଇଥିଲେ । ତେବେ ୨୦୨୩ରେ ହଠାତ୍ ଏହା ଅହେତୁକ ଭାବେ ବଢ଼ି ୧୮ ହଜାର ୯୯୪ରେ ପହଞ୍ଚିଥିଲା ଆଉ ଚଳିତ ବର୍ଷ ଏହା ରେକର୍ଡ ପାର୍ କରିଛି। ଏବର୍ଷ ୧୧ ମାସରେ ୪୦ ହଜାର ୨୭୦ ଜଣ ଅନଲାଇନ ଟ୍ରେଡିଂ କରି ଠକାମିରେ ପଡ଼ିଛନ୍ତି।