ନୂଆଦିଲ୍ଲୀ : ସିଙ୍ଗାପୁର ବେରୀଏଣ୍ଟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପରେ ଭାରତ ସରକାରଙ୍କ ସମ୍ଭାଳିବା ଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା ଓ ସେ କେଜ୍ରିୱାଲଙ୍କ ମନ୍ତବ୍ୟକୁ ନେଇ ସଫେଇ ଦେଇଥିଲେ l ସିଙ୍ଗାପୁର ବେରୀଏଣ୍ଟ ଓ ଉଡାଣ ରଦ୍ଧ କରିବା ସମ୍ବଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଟିପଣିକୁ ନେଇ ସିଙ୍ଗାପୁର ଅପର୍ତି ଦେଖାଇଛି ଓ ଭାରତୀୟ ଉଚ୍ଚାୟୁକ୍ତଙ୍କ ଉପରେ ପ୍ରଶ୍ନ ଉଠାଇଛି l
ସିଙ୍ଗାପୁର ସରକାରଙ୍କ ଅପର୍ତି ପରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ବୁଧବାର ଦିନ ସ୍ପଟ କରିଛି ଯେ କରୋନା ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ଉଭୟ ଦେଶଙ୍କର ଯୋଗଦାନ ମଜବୁତ ଅଟେ ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଟିପଣି ଭାରତର ବୟାନ ନୁହେଁ l ବିଦେଶମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ କରି କହିଛନ୍ତି ଯେ ” ସିଙ୍ଗାପୁର ଓ ଭାରତ କରୋନା ବିରୁଦ୍ଧରେ ଲଢେ଼ଇ କରିବା ପାଇଁ ସହଭାଗୀ ଅଟନ୍ତି l ପରିବହନ ଏବଂ ଅପୂର୍ତୀ କେନ୍ଦ୍ର ଓ ଅକ୍ସିଜେନର ଆବଶ୍ୟକତାକୁ ନେଇ ଭାତର ସିଙ୍ଗାପୁରର ଭୂମିକାକୁ ପ୍ରଶଂସା କରୁଛି l
ଆମକୁ ସାହାଯ୍ୟ କରିବା ପାଇଁ ବିମାନ ସୈନ୍ୟ ମୁତୟନ କରିବାର ତାଙ୍କର ଭାବ ଆମପ୍ରତି ଅଦ୍ଭୁତ ସମ୍ପର୍କକୁ ସ୍ପଷ୍ଟ ଦେଖାଉଛି l ” ଜୟଶଙ୍କର କହିଛନ୍ତି କିଛି ଲୋକଙ୍କର ଦାଇତ୍ୱହୀନ ମନ୍ତବ୍ୟ ଆମ ଦୀର୍ଘଦିନର ସମ୍ପର୍କକୁ କ୍ଷତି କରିପାରେ l ସେଥିପାଇଁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବୟାନ ଭାରତର ବୟାନ ନୁହେଁ l କହି ରଖୁଛୁ ଯେ ସିଙ୍ଗାପୁର ବୁଧବାର ଦିନ ଭାରତୀୟ ଅଧିକାରୀ ପି କୁମାରଂଙ୍କ ନିକଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର କରୋନା ମହାମାରୀଙ୍କୁ ନେଇ ଟିପଣି ଉପରେ ଅପର୍ତି ପ୍ରକଟ କରିଥିଲେ l
ଯେଉଁଥିରେ କେଜ୍ରିୱାଲ କହିଥିଲେ ଏହା ଛୋଟ ପିଲାଙ୍କ ପାଇଁ ହାନିକାରକ ହୋଇ ପରେ ଓ ଭାରତରେ ତୃତୀୟ ଲହରର କାରଣ ହୋଇପାରେ l କିଛିଦିନ ପୂର୍ବରୁ କେଜ୍ରିୱାଲ ଟ୍ୱିଟ କରି କହିଥିଲେ ଯେ ସିଙ୍ଗାପୁରରେ ଆସିଥିବା କରୋନାର ନୂଆ ଲହର ଛୋଟ ପିଲା ମାନଙ୍କ ପାଇଁ ଭୟଙ୍କର ହୋଇ ପରେ ,ଭାରତରେ ଏହା ତୃତୀୟ ଲହର ଭାବରେ ରୂପ ନେଇ ପରେ l ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛୁ ସିଙ୍ଗାପୁର ସହିତ ବିମାନ ସେବାକୁ ତୁରନ୍ତ ରଦ୍ଧ କରାଯାଉ ଓ ପିଲା ମାନଙ୍କ ପାଇଁ ଟୀକ୍କାର ବିକଳ୍ପ ଉପରେ ପ୍ରାଥମିକତା ଦିଆଯାଉ l

Comments are closed.