Odisha news

ଆଉଥରେ ଚୀନ ପକାଇଲା ଲୋଲୁପ ଦୃଷ୍ଟି ନେପାଳ ସୀମାରେ : ବଢ଼ିଲା ଉତେଜନା

ନୂଆଦିଲ୍ଲୀ : ଚୀନର ଲୋଭ ଆଉଥରେ ନେପାଳ ଉପରେ ପଡିଲା l ଚୀନ ହିମାଳୟରେ ରହିଥିବା ପଡୋଶୀ ଅଞ୍ଚଳକୁ ମାଡି ବସିବା ପାଇଁ ସୀମାରେ ଆଉଥରେ ବଦମାସୀ ଆରମ୍ଭ କରି ଦେଇଛି l ନେପାଳର ଦାଉଲଖା ଜିଲ୍ଲାରେ ସୀମା ଉପରେ ଅଧିକାଂଶ ଖୁଣ୍ଟକୁ ଗାୟବ କରିଦିଆ ଯାଇଛି l ଚୀନ ପୂର୍ବରୁ ମଧ୍ୟ ଏହି ପ୍ରକାରର କାର୍ଯ୍ୟକଳାପ କରି ସାରିଛି l କିନ୍ତୁ ସେହି ସମୟରେ ଓଳି ସରକାର ଏହା ଉପରେ ଗୁରୁତ୍ୱ ଦେଇ ନଥିଲେ l ବର୍ତ୍ତମାନ ଏହାକୁ ନେଇ ନେପାଳର ଗୃହମନ୍ତ୍ରଣାଳୟ ଦାଉଲଖା ଜିଲ୍ଲାରେ ଘଟିଥିବା ଏହି କାର୍ଯ୍ୟକୁ ବିଦେଶ ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିଛି l

ଚୀନ ଓ ନେପାଳ ମଧ୍ୟରେ ୧୯୬୦ ରୁ ୬୧ ମଧ୍ୟରେ ହୋଇଥିବା ସୀମା ରାଜିନାମା ଅନୁସାରେ ସୀମାଙ୍କନ ଖୁଣ୍ଟ ଜରିଆରେ କରାଯାଇଥିଲା l ୧୯୬୧ ରାଜିନାମା ପରେ ଉଭୟ ଦେଶର ସୀମାରେଖାରେ ଅନେକ ପରିବର୍ତ୍ତନ ହୋଇଛି ,ଚୀନ ବର୍ତ୍ତମାନ ଯଥା ସମ୍ଭବ ନିଜର ପକ୍ଷ ବଦଳାଇବା ପାଇଁ ଚେଷ୍ଟା କରିଛୀ ଗତବର୍ଷ ସେପ୍ଟେମ୍ବର ମାସରେ ଚୀନ ନେପାଳ ସୀମାରେ ଅନୁପ୍ରବେଶ କରିଥିଲା ଓ ହୁମଲା ଜିଲ୍ଲାରେ ୧୧ ଟି ଗୃହ ନିର୍ମାଣ କରିଥିଲା l କିନ୍ତୁ ଚୀନ ଏହି ତଥ୍ୟକୁ ମନା କରି ଦେଇଥିଲା l

ଏହି ଘଟଣା ପରେ ଚୀନରେ ନେପାଳରେ ଚୀନ ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ ହୋଇଥିଲା l ଘର ଗୁଡିକ ସେହି ସ୍ଥାନରେ ତିଆରି ହୋଇଥିଲା ଯେଉଁଠୁ ନେପାଳ ଖୁଣ୍ଟ ଗୁଡିକ ଅନେକ ବର୍ଷରୁ ନିରୁଦ୍ଧିଷ୍ଟ ହୋଇ ଯାଇଥିଲା l ଗୋଟିଏ ପକ୍ଷରେ ଯେଉଁଠି ବିଶ୍ୱ କରୋନା ମହାମାରୀ ସହିତ ସଂଘର୍ଷ କରୁଛି ସେହି ସ୍ଥାନରେ ଚୀନ ପଡୋଶୀ ଦେଶ ମାନଙ୍କର କ୍ଷତ୍ରକୁ ହଡପ କରିବା ପାଇଁ ଲଗାତାର ଚାଲବାଜି କରୁଛି l

IEC 2 years

Comments are closed.