ନର୍ଲା-(ଦୀପକ୍ କୁମାର ଠାକୁର୍) ରୁପ୍ରାରୋଡର ଯୁବ ଉଦ୍ୟୋଗୀ ,ତଥା ପୁଲିସ ପବ୍ଲିକ ପ୍ରେସ ର ସାମ୍ବାଦିକ ସୁଜିତ୍ କୁମାର ଅଗ୍ରୱାଲ (ବଣ୍ଟୁ)। କୋଭିଡ୍ ପଜିଟିଭ ଚିହ୍ନଟ ହେବାପରେ ସେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କର ଅକାଳ ବିୟୋଗରେ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ବିଗତ ୧୫ଦିନ ତଳେ ତାଙ୍କ ପିତା ବିଶିଷ୍ଟ ସମାଜସେବୀ ଡ଼ଃ ସାଧୁରାମ ଅଗ୍ରଓ୍ବାଲଙ୍କ ଦେହାନ୍ତ ହୋଇଥିଲା। ଏବେ ସୁଜିତ୍ ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ରୁପ୍ରାରୋଡରେ ଶୋକର ଛାୟା ଖେଳିଯାଇଛି।

Comments are closed.