Odisha news

ବିଦ୍ୟାଳୟ ଖୋଲିବା ପୂର୍ବରୁ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶକଙ୍କ ବିଦ୍ୟାଳୟ ପରିଦର୍ଶନ

0

ସିମୁଳିଆ-୦୭/୦୧ : କୋବିଡ-୧୯ ଯୋଗୁଁ ବିଦ୍ୟାଳୟ ଗୋଡିକ ଦୀର୍ଘ ୯ମାସ ଧରି ବନ୍ଦ ରହିଥିଲା । ୮ତାରିଖ ବିଦ୍ୟାଳୟଗୁଡିକ ଖୋଲାଯିବାକୁ ଥିବାବେଳେ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶକଙ୍କ ବିଦ୍ୟାଳୟ ପରିଦର୍ଶନ କରି ଫେରିଛନ୍ତି । ସୂଚନାରୁ ପ୍ରକାଶ ସିମୁଳିଆ ବ୍ଲକସ୍ଥିତ ବରଘୁନାରାୟଣ ଉଚ୍ଚବିଦ୍ୟାଳୟରେ କୋବିଡ କାରଣରୁ ବନ୍ଦ ଥିବାବେଳେ ତାହାର ତଦାରଖ ନିମନ୍ତେ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶକ ପ୍ରଦୀପ ଦାଶ ରଘୁନାରାୟଣ ଉଚ୍ଚ ବିଦ୍ୟାଳୟ ମାର୍କୋଣାକୁ ଆସି ଚଳିତ ମାସ ୮ତାରିଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପାଠପଡା କାର୍ଯ୍ୟ ଆରମ୍ଭ ହେଉଥିବାରୁ ବିଦ୍ୟାଳୟ ଖୋଲାଯିବାକୁ ଥିବାବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ କି କି ବ୍ୟବସ୍ଥା ଗ୍ରହଣ କରିଛନ୍ତି ପଚାରି ବୁଝିଥିଲେ । ଏତଦବ୍ୟତୀତ ଜିଲ୍ଲାଶିକ୍ଷାଧିକାରୀ ରଂଜନ କୁମାର ଗିରିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କିପରି ବିଦ୍ୟାଳୟ ଶ୍ରେଣୀଗୃହ,ଶୈ÷ାଚାଳୟ ଗୁଡିକର ପରିଷ୍କାର,ପରିଛନ୍ନତା, ଏବଂ ପାନୀୟ ଜଳ,ବିଦୁ୍ୟତକରଣର ସମସ୍ତ ସୁବିଧା କରାଯାଇଛିା ତାହା ପ୍ରଧାନଶିକ୍ଷକ ମୋହନ ଚରଣ ଖିଲାରଙ୍କ ଠାରୁ ପଚାରି ବୁଝିଥିଲେ । ଏହି ଅବସରରେ ସିମୁଳିଆ ଗୋଷ୍ଠୀଶିକ୍ଷାଧିକାରୀ ଡ.ମାୟାଧର ସାହୁ,ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀ ଖିଲାର ଓ ସହକର୍ମୀ ପୁଷ୍ପଗୁଛ ଦେଇ ନିଦେ୍ର୍ଦଶକଙ୍କୁ ଅଭିନନ୍ଦନ ଜଣାଇଥିଲେ । ପରେ ଶିକ୍ଷା ନିଦେ୍ର୍ଦଶକ ସୋର ପରିଦର୍ଶନ ଅଭିମୁଖେ ବାହାରିଥିଲେ ।

Nalco
Leave A Reply