Odisha news

ଜିଲ୍ଲାପାଳଙ୍କ ସିମୁଳିଆ ମଣ୍ଡି ପରିଦର୍ଶନ

0

ସିମୁଳିଆ-୦୭/୦୧ :  ସିମୁଳିଆ ବ୍ଲକ ଅଧିନରେ ଥିବା ମଣ୍ଡି ଗୁଡିକରେ ଚାଷୀମାରଣ ନୀତି ଓ ବିଭିନ୍ନ ଅନିୟମିତତା ନେଇ ବହୁବାର ଅଭିଯୋଗ ହେବା ଓ ପୂର୍ବତନ ମନ୍ତ୍ରୀ ଘନ ଘନ ମଣ୍ଡିରେ ସଚେତନ କରାଇବା ଅଭିଯୋଗ ପାଇ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ ସିମୁଳିଆ ପରିଦର୍ଶନରେ ଆସି ଫେରିଯାଇଛନ୍ତି । ବିବରଣୀରୁ ପ୍ରକାଶ ସିମୁଳିଆ ଅଞ୍ଚଳରେ ଥିବା ମଣ୍ଡିରେ ,ଧାନ କାଟଣି ଛାଟଣୀ,ଚାଷୀଙ୍କୁ ବୋରା ନ ଦେବା ,ମିଲରମାନେ ମନମୁଖୀ କାର୍ଯ୍ୟ ଓ ବିଭିନ୍ନ ଅନିୟମିତତା ନେଇ ପୂର୍ବତନ ମନ୍ତ୍ରୀଙ୍କ ମଣ୍ଡି ଚାଲ ଅଭିଯାନ ଆଦି ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ପାଇ ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଆଜି ସିମୁଳିଆ ପରିଦର୍ଶନରେ ଆସି ଜାମ୍ମୁଝାଡି ସେବା ସମବାୟ ସମିତି,ମାର୍କୋଣା ସେବା ସମବାୟ ସମିତି ଓ ଚଣ୍ଡିଘର ସେବା ସମବାୟ ସମିତି ଧାନ ମଣ୍ଡି କୁ ପରିଦର୍ଶନରେ ଆସି ସମିତିର ସଂପାଦକଙ୍କ ସହ ଆଲୋଚନା କରିବା ସହ ତଦନ୍ତ କରି ଫେରିଛନ୍ତି । ଏହି ତଦନ୍ତ ସମୟରେ ସିମୁଳିଆ ତହସିଲଦାର ରବିନାରାୟଣ ସାହୁ ଉପସ୍ଥିତ ଥିଲେ । ଏହି ଅବସରରେ ପୁର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଉପସ୍ଥିତ ରହି ମଣ୍ଡିରେ ମାନଙ୍କରେ ମିଲରମାନଙ୍କର ମନମୁଖୀ ଶୋଷଣ ଓ ଅନିୟମିତତା ନେଇ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ତଦନ୍ତ କରି ପଦକ୍ଷେପ ନେବାକୁ ପ୍ରକାଶ କରିଥିଲେ ।

Nalco
Leave A Reply