ଅଭିନବ ଉପାୟରେ ଲୋକମାନଙ୍କଠାରୁ ଏ.ଟି.ଏମରୁ ଲୁଟ କରୁଥିବା ଏ.ଟି.ଏମ ଲୁଟେରାକୁ ସିମୁଳିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ
ସିମୁଳିଆ : ଅଭିନବ ଉପାୟରେ ଲୋକମାନଙ୍କଠାରୁ ଏ.ଟି.ଏମରୁ ଲୁଟ କରୁଥିବା ଏ.ଟି.ଏମ ଲୁଟେରାକୁ ସିମୁଳିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାଯାଇଛି । ସୁଚନାରୁ ଜଣାଯାଏ ବାସୁଦେବପୁର ଥାନା ଅନ୍ତର୍ଗତ ଇରମ ଅଞ୍ଚଳର ସୁର୍ଯ୍ୟକାନ୍ତ ସାହୁଙ୍କ ପୁଅ ଜ୍ଞାନ ରଂଜନ ସାହୁ ବାସୁଦେବପୁରରୁ ଭଦ୍ରକକୁ ଏକ କାର୍ଯ୍ୟ ନିମନ୍ତେ ଯିବାବେଳେ ପଇସା ଆବଶ୍ୟକ ଥିବାରୁ ଜାମ୍ମୁଝାଡିଠାରେ ଥିବା ଏ.ଟି.ଏମରୁ ପଇସା ଉଠାଇବାକୁ ଲାଇନରେ ଛିଡା ହୋଇଥିଲେ ।
ଯେତେବେଳେ ଏ.ଟି.ଏମରୁ ପଇସା ଉଠାଣ କରିଥିଲେ ମାତ୍ର ପଇସା ଏ.ଟି.ଏମରୁ ଆସି ନ ଥିଲା । ପୂର୍ବ ପ୍ରସ୍ତୁତି ଅନୁ୍ୟାୟୀ ସେଠାରେ ଥିବା ସୋର ଥାନା ଅନ୍ତର୍ଗତ ଆଟପୁର ପଞ୍ଚାୟତର ବେଲଦା ଗ୍ରାମର ମୁରଲୀଧର ଦଳେଇଙ୍କ ପୁଅ ଚନ୍ଦନ(୨୭)ବର୍ଷ ନିଜକୁ ସିକୁ୍ୟରିଟି ଗାର୍ଡ ଦର୍ଶାଇ ଏ.ଟି.ଏମ କାର୍ଡଟିକୁ ତାଙ୍କ ପାଖରୁ ନେଇ ଅର୍ଥ ଉଠାଣ କରି କାର୍ଡକୁ ବଦଳ କରିଦେଥିଲେ ।
ପରେ ଚନ୍ଦନ ଜ୍ଞାନରଂଜନର କାର୍ଡକୁ ନେଇ ଅନ୍ୟ ଏକ ଏ.ଟି,ଏମରୁ ତାଙ୍କ ଆକାଉଣ୍ଟରୁ ୨୦ହଜାରଟଙ୍କା ଉଠାଇ ନେଇଥିଲେ । ଟଙ୍କା ବ୍ୟାଙ୍କରୁ ଉଠାଣରେ ମେସେଜ ଆସିବା ପରେ ଆକାଉଣ୍ଟଟିକୁ ବ୍ଲକ କରି ଦେଇଥିଲେ । ଜ୍ଞାନରଂଜନ ଏ ସଂକ୍ରାନ୍ତରେ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁନଶ୍ଚ ଚନ୍ଦନ ଏ.ଟି.ଏମ ଆଖପାଖ ଅଞ୍ଚଳରେ ବୁଲୁଥିବାର ସ୍ଥାନୀୟ ଲୋକେ ଖବର ପାଇ ସିମୁଳିଆ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସିମୁଲିଆ ପୋଲସ ଘଟଣା ସ୍ଥଳରେ ପହଞ୍ଚି ଚନ୍ଦନକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।
