Odisha news

ବିଜେପି ପକ୍ଷରୁ ବାଲେଶ୍ୱର ପୌରପାଳିକା ଘେରାଓ

0

ବାଲେଶ୍ୱର : ବାଲେଶ୍ୱର ମୁ୍ୟନିସିପାଲଟିରେ ବ୍ୟାପକ ଦୁର୍ନୀତି ଓ ଚଞ୍ଚକତାକୁ ବିରୋଧ କରି ଶାସକ ଦଳର ହାତ ବାରିସି ସାଜିଥିବା ବାଲେଶ୍ୱର ପୌରପାଳିକାକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ନଗର ସଭାପତି ଚିତ୍ତରଂଜନ ପଣ୍ଡାଙ୍କ ଆବାହକତ୍ୱରେ ଘେରାଓ କରାଯାଇଥିଲା । ପାତର ଅନ୍ତର ଓ ଦଳୀୟ ଭିତ୍ତିରେ ବିଭିନ୍ନ ଭତ୍ତାର ବଣ୍ଟନ ଓ ଉପଯୁକ୍ତ ଭତ୍ତାଧାରୀ ମାନଙ୍କୁ ଅହେତୁକ ଓ ବିଳମ୍ବରେ ଅନୁଦାନ ପ୍ରଦାନ କରିବା, ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଅଭିଯାନ ଅନ୍ତର୍ଗତ ସ୍ୱ-ନିଧି ଯୋଜନାରେ ଉପଯୁକ୍ତ ଉଠା ଦୋକାନୀମାନଙ୍କୁ ବାଦ ଦିଆଯିବା, ହରିଶ୍ଚନ୍ଦ୍ର ଯୋଜନାକୁ ପୌରପାଳିକାରେ ଲାଗୁ ନ କରାଇବା, ସହର ମଧ୍ୟରେ ସମସ୍ତ ରାସ୍ତା ଓ ଡ୍ରେନର ମରାମତି କରାଇବା, ରାସନ କାର୍ଡ ବଣ୍ଟନର ଅନିୟମିତତା, ସ୍ୱଚ୍ଛ ବାଲେଶ୍ୱର ଅଭିଯାନ ଅନ୍ତର୍ଗତ ସଫେଇ କାର୍ଯ୍ୟ ସଠିକ କାର୍ଯ୍ୟ ନ ହୋଇ କୋଟି କୋଟି ଟଙ୍କା ହଡପ କରିବା, ବାସହୀନ ଓ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ନାମରେ ନିର୍ବାଚନୀ ଭେଳିକି ନ ଦେଖାଇ ତୁରନ୍ତ ଜମି ପଟ୍ଟା ପ୍ରଦାନ ନ କରିବା ଦାବିରେ ଭାରତୀୟ ଜନତା ପାର୍ଟି ନଗରର ଶତାଧିକ କାର୍ଯ୍ୟକର୍ତ୍ତା, ବୁଦ୍ଧିଜୀବି, ବ୍ୟବସାୟୀ ଓ ହିତାଧିକାରୀମାନଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ କୋଭିଡ ନିୟମକୁ ଅନୁପାଳନ କରି ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

ଉକ୍ତ ପ୍ରତିବାଦ ସଭାରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର,ବିଜେପି ନଗରର ପୂର୍ବତନ ସଭାପତି ସୀତାକାନ୍ତ ସ୍ୱାଇଁ ଓ ବରିଷ୍ଠ ନେତା ସୁଜିତ ଦେବ ପୌରପାଳିକାର ଅଫିସରମାନଙ୍କୁ ଦଳୀୟ ଭିତ୍ତି ଓ ସରକାରୀ ଦଳର ପ୍ରୀତିରେ କାର୍ଯ୍ୟକୁ ପରିତ୍ୟାଗ କରି ଜନସାଧାରଣଙ୍କର ସେବା ନିମିତ୍ତ ନିବେଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଶୁଭଙ୍କର ମହାପାତ୍ର, ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ମିହିର ପାଣି, ପ୍ରଦୀପ ପତି, ଅଜିତ ମିଶ୍ର, ରାଧାକୃଷ୍ଣ ଦାସ, ଉପେନ୍ଦ୍ର ଶତପଥୀ, ଦିପୁ ପିରି, ସତ୍ୟଜିତ ମିଶ୍ର, ପ୍ରବୀର ଶଙ୍କର ଦାସ, ସଂଯୁକ୍ତା ମହାପାତ୍ର, ବୈଲୋଚନ ଦାଶ, ଲୋକନାଥ ଭୂୟାଁ, ଯୋଗେନ ରଣା, ଶଶିଶେଖର ମହାନ୍ତି, ବିକାଶ ପାଢୀ, ଧୀରଜ ମହାନ୍ତି, ବିଭୁପଦ ଦାସ, ମଣ୍ଟୁ ପେରିୱାଲ, ମନ୍ମୟ ଦାସ, ମନ୍ମଥ ପାତ୍ର, ଭାଗ୍ୟରନ ନାୟକ, ଜାନକୀ ମାହାର୍ଣ୍ଣା, ଲିଟୁ ରଥ, ପବନ ସିଂହ, ମହୁଆ ପ୍ରଧାନ, ରଣଜିତ ପ୍ରଧାନ, ମାଧବାନନ୍ଦ ସାହୁ, ବିବେକାନନ୍ଦ ରାଉତ, ସୁସ୍ମିତା ପଣ୍ଡା, ସସ୍ମିତା ଚାନ୍ଦ, ସସ୍ମିତା ଦାଶ, ଶ୍ରୀୟା ଦାସ, ଅରୁପ ଜେନା, ପବନ କମିଳା, ଶ୍ରୀନିବାସ ପ୍ରଧାନ, ଶୋଭନା ମହାନ୍ତି, ସେଖ କଲିମ, ତରୁଣ ବର୍ଦ୍ଧନ, ବସନ୍ତ ନାୟକ, ଅଶୋକ ଦାସ, ସବିତା ପାଣିଗ୍ରାହୀ, ମଧୁସୂଦନ ମାଝୀ, ଅନିମଶେ ଦେ, ପ୍ରଫୁଲ୍ଲ ଚାନ୍ଦ, ପ୍ରଶାନ୍ତ ପରିଡା, ମୁନା ରାୟ ମହାପାତ୍ର,ଶୟିବ ପ୍ରଧାନ, ସ୍ୱରଝଙ୍କାର ସେଠୀ, ସେଖ ସାବିତ, ବିଜୟ ପୃଷ୍ଟି, ପ୍ରକାଶ ବେହେରା, ଅଭିଷେକ ପଣ୍ଡା, ଯଳେନ୍ଦ୍ର ସେଠୀ, ଜୀବନ ପାତ୍ର, ଅପର୍ଣ୍ଣା ସାହୁ, ଦେବବ୍ରତ ମିଶ୍ର, ଆଶାଲତା ବାଡି, ରାକେଶ ପାଢୀ, ପ୍ରତାପ ପ୍ରଧାନ, ଶୋଭାକର ସାହୁ, ସ୍ୱାଧୀନ ପଣ୍ଡା, ଦିଲ୍ଲୀପ ଦାସ, ବବଲୁ ମିଶ୍ର, ଜିତେନ୍ଦ୍ର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ

Nalco
Leave A Reply