ଡେଲାଙ୍ଗ – ଡେଲାଙ୍ଗ ଏସ. ୟୁ.ସି.୍ରଆଇ ( କମୁ୍ୟନିଟ) ଶାଖା ପକ୍ଷରୁ ଡେଲାଙ୍ଗ ତହସିଲ କାର୍ଯ୍ୟାଳୟଙ୍କ ଆଗରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭରେ ଏସ. ୟୁ.ସି.ଆଇ ( କମୁ୍ୟନିଟ) ନେତା କମ୍ରେଡ ରଘୁନାଥ ଦାସ ଯୋଗଦେଇ କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାରଙ୍କ ଚାଷୀ ବିରୋଧିଆଇନ ଗୁଡିକ କିଭଳି ଭାବେ ଚାଷୀକୂଳକୁ ସର୍ବନାଶ କରିବ ସେ ସମ୍ପର୍କରେ ମତ ରଖିଥଲେ । ପ୍ରବାସୀ ଶ୍ରମିକ ମାନେ କାମ ନ ପାଇ ପୁନରାୟ ଅନ୍ୟ ରାଜ୍ୟକୁ ଚାଲି ଯାଉଛନ୍ତି । ଯାହାକି ରାଜ୍ୟ ସରକାରଙ୍କ ଅପରାଗତ ବୋଲି କହିଛନ୍ତି । ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଗଣଆନେ୍ଦାଳନ ଗଡି ତୋଳିବା ପାଇଁ ଉପସ୍ଥିତ ଥିବା କର୍ମୀ ମାନଙ୍କକୁ ଶ୍ରଦାସ ଆହ୍ୱନ ଦେଇଥିଲେ ।
ଉକ୍ତ ଦାବୀ ସହିତ ସମସ୍ତ କରୋନା ରୋଗୀଙ୍କୁ ଉପଯୁକ୍ତ ଚିକିସôା ଯୋଗାଇ ଦେବା, ମନରେଗା ଯୋଜନାରେ ଦୈନିକ୨ଶହ ଟଙ୍କା ମଜୁରୀ ସହିତ ୨ଶହଦିନ ଶ୍ରମଦାନ କରିବା ପାଇଁ ସୁଯୋଗ ଦେବା, କୃଷିଋଣ ଛାଡ, ମାଗଣାରେ ବିହନ, ସାର ଓ କୀଟ ନାଶକ ଯୋଗାଇ ଦେବା, ବନ୍ୟା ଓ ବାତ୍ୟାରେ ଭାଙ୍ଗିଥିବା ଘର ଟଙ୍କା ଦେବା ପରିବର୍ତ୍ତେ ୨ ବଖରା କୋଠାଘର ନିର୍ମାଣ କରାଇବା, ଜନ ବିରୋଧଜାତୀୟ ଶିକ୍ଷାନୀତି ୨୦୨୦ପ୍ରତ୍ୟାହାର କରିବା ଆଦି ୧୦ଦଫା ଦାବୀ କୁ ନେଇ ଆନେ୍ଦାଳନ କରାଯାଇଥିଲା ।ପରେ ପରେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆଙ୍କୁ ଦଶ ଦଫା ସମ୍ମଳିତ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଡେଲାଙ୍ଗ ଆଞ୍ଚଳିକ କମିଟିର ସମ୍ପାଦକ ଦୀନବନ୍ଧୁ ପରିଡା, ବଟକୃଷ୍ଣ ସ୍ୱାିଁ, ଗଙ୍ଗାଧର ପ୍ରଧାନ, ତି୍ରନାଥ ପ୍ରଧାନ, ଗୋଲକ ବରାଳ ପ୍ରମୁଖ କର୍ମୀ ମାନେ ଉପସ୍ଥିତ ରହିଥିଲେ ।
