ଓଡ଼ିଶାର ଦର୍ଶନୀୟ ସ୍ଥାନ ମଧ୍ୟରେ ଶିମିଳିପାଳ ଜାତୀୟ ପ୍ରାଣୀ ଉଦ୍ୟାନ ଅନ୍ୟତମ l ଯାହାକି ମୟୁରଭଞ୍ଜ ଜିଲ୍ଲାରେ ଅବସ୍ଥିତ l ପ୍ରାକୃତିକ ବନରାଜି ରେ ସୁଶୋଭିତ ଶିମିଳିପାଳ ରେ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ l ଦେଶ ବିଦେଶ ରୁ ପର୍ଯ୍ୟଟକ ଙ୍କ ମନକୁ ଟାଣି ନେଇଥାଏ ଶିମିଳିପାଳ ଅଭୟାରଣ୍ୟ l ଯେ କେହିବି ଓଡିଶା ବୁଲିବାକୁ ଆସି ଥାଆନ୍ତି, କଦାପି ଶିମିଳିପାଳ ଯିବାକୁ ଭୁଲି ନଥାଆନ୍ତି l ଏହି ସ୍ଥାନଟି ବିଶେଷ ଭାବରେ ବ୍ଲାକ ଟାଇଗର, ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁ ଙ୍କ ପାଇଁ ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି l ଶିମିଳିପାଳ ନାମଟି ବିଶେଷ ଭାବରେ ଶିମିଳି ଗଛ ଯେଉଁଥିରୁ ଏକ ପ୍ରକାରର ସିଲ୍କ ତୁଳା ଆମଦାନୀ ହୋଇଥାଏ , ତାର ନାମରେ ନାମିତ ଅଟେ l ୧୯୫୬ ରେ ଏହି ସ୍ଥାନଟିକୁ ଟାଇଗର ରିଜର୍ଭ ଭାବରେ ଅଧିକାରୀଙ୍କ ଭାବରେ ଚୟନ କରାଯାଇଥିଲା l ଯାହାକୁ ୧୯୭୩ ରେ ପ୍ରୋଜେକ୍ଟ ରେ ଅନ୍ତର୍ଗତ କରାଗଲା l ଭାରତ ସରକାର ଙ୍କ ପକ୍ଷରୁ ୧୯୯୪ ରେ ଏହି ସ୍ଥାନ କୁ ଜୈବମଣ୍ଡଳ ରିଜର୍ଭ କ୍ଷେତ୍ର ଭାବରେ ଘୋଷିତ କରାଯାଇ ଥିଲା l ଏବଂ ୨୦୦୯ ରେ ୟୁନେସ୍କୋ ଦ୍ୱାରା ବିଶ୍ୱ ନେଟୱାର୍କ ଅଫ ବାୟୋସ୍ଫିୟର ର ଅଂଶ ହେଲା l
ଏହି ଶିମିଳିପାଳ ଜାତୀୟ ପ୍ରାଣୀ ଉଦ୍ୟାନ ମଧ୍ୟରେ ରହିଛି ଆଉ ୨ଟି ଦର୍ଶନୀୟ ସ୍ଥାନ , ଗୋଟିଏ ପଟରେ ରହିଛି ଲୁଙ୍ଗ ଲୁଙ୍ଗ ୱାଟର ଫଲ , ଯାହାକି ଶୀତଋତୁ ରେ ପିକନିକ ପାଇଁ ଗୋଟିଏ ସୁନ୍ଦର ସ୍ଥାନ l ଏଠାରେ ମଧ୍ୟ ପର୍ଯ୍ୟଟକ ମାନଙ୍କର ଭିଡ଼ ଲାଗି ରହିଥାଏ l ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ପର୍ଯ୍ୟଟକ ମାନେ ବଣଭୋଜୀ ର ମଜା ନେଇ ଥାଆନ୍ତି l ସବୁଜ ସୁନ୍ଦର ବନରାଜି ରେ ଏହି ସ୍ଥାନଟି ବିମଣ୍ଡିତ ଅଟେ ଓ ପାଣିର ଝର ଝର ସ୍ୱର ପର୍ଯ୍ୟଟକ ଙ୍କ ମନକୁ ଟାଣି ନେଇଥାଏ l ସତେ ଯେମିତି ଲାଗିଥାଏ କିଛି ସମୟ ପାଇଁ ଏହି ସୌନ୍ଦର୍ଯ୍ୟ ରେ ବାନ୍ଧି ହୋଇ ଯିବା ପାଇଁ l
ଏବଂ ଅନ୍ୟ ପଟରେ ଏହି ଜାତୀୟ ଉଦ୍ୟାନ ରେ ରହିଛି ସୀତା କୁଣ୍ଡ, କରିଥିଲେ , ସୀତାକୁଣ୍ଡ ବିଶେଷ ଭାବରେ ଡିସେମ୍ବର ଓ ଜାନୁଆରୀ ମାସରେ ପର୍ଯ୍ୟଟକ ଙ୍କ ଦ୍ୱାରା ଭିଡ଼ ଜମିଥାଏ l ଏହି ସ୍ଥାନଟି ମଧ୍ୟ ସୁନ୍ଦର ଗଛବୃକ୍ଷ ରେ ବିମଣ୍ଡିତ ଅଟେ l ସୀତା କୁଣ୍ଡ ପୌରାଣିକ କଥା ସହିତ ଜଡିତ l ମାନ୍ୟତା ରହିଛି ଯେ ତ୍ରେତେୟା ଯୁଗରେ ମା ସୀତା ବନବାସ ସମୟରେ କିଛି ଦିନ ପାଇଁ ଏଠାରେ ବିଶ୍ରାମ ନେଇଥିଲେ l ତେଣୁ ତାଙ୍କ ନାମରେ ନାମିତ ହୋଇଛି ଏହି ସ୍ଥାନର ନାମ ସୀତା କୁଣ୍ଡ l ଏଠାରେ ପାହାଡ଼ରୁ ଝରି ଆସୁଥିବା ଜଳ ଗୋଟିଏ ସ୍ଥାନରେ ହ୍ରଦ ଭଳି ବହି ଯାଇଛି l ଏଠାରେ ପର୍ଯ୍ୟଟକ ମାନେ ଗାଧୋଇବାର ମଜା ଉଠାଇ ଥାଆନ୍ତି l ଏବଂ ଏହି ସ୍ଥାନରେ ଗୋଟିଏ ଛୋଟ ଗୁମ୍ଫା ମଧ୍ୟରେ ପ୍ରଭୁ ହନୁମାନ ମଧ୍ୟ ପୂଜା ପାଉଛନ୍ତି l