Odisha news

ରିକ୍ସା ଚାଳକସଂଘ ପକ୍ଷରୁ ନିରବ ପ୍ରତିବାଦ : ସହାୟତା ଦାବି କଲା ଷ୍ଟେସନ ରିକ୍ସା ଚାଳକ ସଂଘ

0

ପୁରୀ,୮ା୫(ସବୁ୍ୟ):କରୋନା ମହାମାରୀ ସଂକ୍ରମଣ ଜନିତ ଲକ୍ଡାଉନ ଯୋଗୁ ରିକ୍ସା ଚାଳକମାନେ ସମ୍ମୁଖିନ ହୋଇଥିବା ଉକôଟ ସମସ୍ୟାର ସମାଧାନ ଦିଗରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ପୁରୀ ରେଳ ଷ୍ଟେସନ ସମ୍ମୁଖରେ ରେଲୱେ ଷ୍ଟେସନ ରିକ୍ସା ଚାଳକସଂଘ ପକ୍ଷରୁ ନିରବ ପ୍ରତିବାଦ କରାଯାଇଥିଲା ।

କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଦୀର୍ଘଦିନ ହେଲା ଲକଡାଉନ ଜାରି କରାଯାଇଥିବାରୁ ପୁରୀକୁ ଟ୍ରେନ୍ ଓ ବସ୍ ଚଳାଚଳ ବନ୍ଦ ରହିଛି । ଆସନ୍ତା ୨-୩ ମାସ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବନ୍ଦ ରହିବାର ସମ୍ଭାବନା ରହିଛି । ପର୍ଯ୍ୟଟକ ଆସୁନଥିବାରୁ ରିକ୍ସା ଚାଳକମାନେ ହାତବାନ୍ଧି ବସିଛନ୍ତି । ସେମାନଙ୍କ ଘରେ ଚୁଲି ଜଳୁନାହିଁ । ରିକ୍ସା ଚଳାଇ ଜୀବିକାର୍ଜନ କରୁଥିବା ଏହି ଗରିବ ଶ୍ରମଜୀବୀମାନଙ୍କ ମଧ୍ୟରୁ ଅନେକଙ୍କର ରେସନକାର୍ଡ ନାହିଁ । କେତେକ ରିକ୍ସା ଚାଳକଙ୍କୁ ଚାଉଳ ଓ ଏକ ହଜାର ଟଙ୍କା ଲେଖାଏଁ ମିଳିଥିଲା ତାହା ଶେଷ ହୋଇଗଲାଣି ।

ପ୍ରଶାସନ ପକ୍ଷରୁ ସେବାୟତ, ନିର୍ମାଣ ଶ୍ରମିକ ଓ ବ୍ୟବସାୟୀଙ୍କ ଭଳି ଆର୍ଥିକ ସହାୟତା ଯୋଗାଇ ଦିଆନଗଲେ ସେମାନଙ୍କ ପରିବାର ଅନାହାରରେ ମୃତୁ୍ୟବରଣ କରିବେ ବୋଲି ସଂଘ ପକ୍ଷରୁ ଚେତାଇ ଦିଆଯାଇଥିଲା । ରିକ୍ସା ଚାଳକମାନେ ସାମାଜିକ ଦୂରତା ରକ୍ଷା କରି ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଲାଗି ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ ।

ସଂଘର ସଭାପତି ଶ୍ରୀକାନ୍ତ ପରିଜା, ଶ୍ରମିକ ନେତା ଭୀମସେନ ସ୍ୱାଇଁ, ୟୁ.ମାଧବ ରେଡ୍ଡୀ, ବି.ଲିଙ୍ଗରାଜ ରେଡ୍ଡୀ ଓ ଇସରା ରେଡ୍ଡୀ ପ୍ରମୁଖ ଏହି ପ୍ରତିବାଦର ନେତୃତ୍ୱ ନେଇଥିଲେ ।

Govt
Leave A Reply