ପାରାଦ୍ୱୀପ : ସାମାଜିକ ଦୂରତ୍ୱ ମାନୁନଥିବା ଅଭିଯୋଗ ରେ ପାରାଦ୍ୱୀପ କାଲସିନର ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ପାରାଦ୍ୱୀପ ଅତିରକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧିର ଆଜି ଏହି କମ୍ପାନୀକୁ ବନ୍ଦ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ସମ୍ପୃକ୍ତ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଙ୍କୁ ପାରାଦ୍ୱୀପ ଲକ୍ ଥାନା ରେ ଅଟକ ରଖାଯାଇ ପଚରା ଉଚରା ଆରମ୍ଭ ହୋଇଛି ।
ସମ୍ପୃକ୍ତ କମ୍ପାନୀ କରୋନା ସମୟ ରେ ୩୯ ଜଣ ଶ୍ରମିକ ଙ୍କୁ ନେଇ କାର୍ଯ୍ୟ କରିବ ବୋଲି ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ଆଣିଥିବା ବେଳେ ଏହାଠାରୁ ଅଧିକ ଶ୍ରମିକ ମାନଙ୍କୁ ନେଇ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା ଓ ଗତ କାଲି ଏହି କମ୍ପାନୀ ର ଦୁର୍ଘଟଣା ଘଟି ଜଣେ ଶ୍ରମିକ ମଧ୍ୟ ଆହାତ ହୋଇଥିଲେ । ଅନ୍ୟପକ୍ଷ୍ୟରେ ଏହି କମ୍ପାନୀ ମଧ୍ୟରେ ମୁଖ୍ୟତଃ ସାମାଜିକ ଦୂରତ୍ୱ କୁ ମାନୁଥିବା ତଦନ୍ତ ସମୟ ରେ ଜଣା ପଡିଥିଲା ।