Odisha news

ଜୋତା ଓ ଚପଲ ଘର ବାହାରେ ରଖିବାର କଣ ରହିଛି ଧାର୍ମିକ ଓ ବୈଜ୍ଞାନିକ କାରଣ

0

ଆଗକାଳରେ ଲୋକେ ନିଜର ଜୋତା ଓ ଚପଲ ଘର ବାହାରେ ରଖୁଥିଲେ l  ଘର ଭିତରେ କେହି ଚପଲ ପିନ୍ଧୁ ନଥିଲେ l କିନ୍ତୁ ଆଜିକାଲି ଘର ଭିତରେ ପ୍ରାୟ ଚପଲ ପିନ୍ଧୁ ଥିବାର ଦେଖିବାକୁ ମିଳୁଛି l କିନ୍ତୁ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଏହା ଗୋଟିଏ ପାଶ୍ଚାତ୍ୟ ସଭ୍ୟତା ଅଟେ,  ପଶ୍ଚିମ ଦେଶ ମାନଙ୍କରେ ଘରେ ଚପଲ ବା ଜୋତା ପିନ୍ଧିବାର ପ୍ରଚଳନ ରହିଛି l କିନ୍ତୁ ଏହା ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଗ୍ରହଣୀୟ ନୁହେଁ  l

– ବୈଜ୍ଞାନିକ ଦୃଷ୍ଟି କୋଣରୁ ଜୋତା ଚପଲ ଦ୍ୱାରା ଘରେ ରୋଗ ବ୍ୟାପିଥାଏ, କାହିଁକି ନା ଆମେ ଏହାକୁ ପିନ୍ଧି ଅପରିଷ୍କାର ଜାଗାକୁ ଯାଇଥାଉ ଓ ଆମ ଚପଲ ରେ ଜୀବାଣୁ ଆସିଥାଏ ଯାହାକି ରୋଗର କାରଣ ହୋଇଥାଏ l

* ଶନି ଦେବ ଙ୍କ ସମ୍ବନ୍ଧ ଆମ ଗୋଡ଼ ସହିତ ରହିଛି , ତେଣୁ ଘରେ ଚପଲ ପିନ୍ଧିବା ଉଚିତ ନୁହେଁ l
* ପାଦ ର ଜୋତା ଓ ଚପଲ ରାହୁ କେତୁ ଙ୍କ ପ୍ରତିକ ଅଟେ , ତେଣୁ ଘରେ ଚପଲ ପିନ୍ଧିବା ଉଚିତ ନୁହେଁ l
* ଘରର ମୁଖ୍ୟ ଦ୍ୱାରରେ ଜୋତା ଚପଲ ରଖିବା ଉଚିତ ନୁହେଁ,  ଏହାଦ୍ୱାରା ନକାରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ l
* ଯେଉଁ ବ୍ୟକ୍ତି ଘର ଭିତରକୁ ଜୋତା ଚପଲ ପିନ୍ଧି ପ୍ରବେଶ କରିଥାଏ ଏହାଦ୍ୱାରା ରାହୁ କେତୁ ଙ୍କ ଭଳି ପାପୀ ଗ୍ରହ ମାନଙ୍କର ଆଗମନ ହୋଇଥାଏ l
* ଆପଣ ଘରେ ମୋଜା ପିନ୍ଧି ଚଳ ପ୍ରଚଳ କରି ପରିବେ , କିନ୍ତୁ ଚପଲ ପିନ୍ଧିବା ଉଚିତ ନୁହେଁ l
* ରୋଷେଇ ଘର ଭିତରକୁ , ପୂଜା ଘର ସମୁଖରେ , କିମ୍ବା ନିଜ ଅଲମାରି  ଥିବା ସ୍ଥାନ କୁ ଚପଲ ପିନ୍ଧି ଯିବା ଉଚିତ ନୁହେଁ l ଏହାଦ୍ୱାରା ଧନ ର ହାନି ହୋଇଥାଏ l
* ଯେବେବି ଆପଣ ଜୋତା ଓ ଚପଲ ଖୋଲୁ ଛନ୍ତି ତେବେ ତାହାକୁ ପୂର୍ବ କିମ୍ବ ଉତ୍ତର ଦିଗରେ ରଖନ୍ତୁ ନାହିଁ  l
* କଦାପି ଅସନା କିମ୍ବା ଫଟା ଜୋତା ଚପଲ ପିନ୍ଧିବା ଉଚିତ ନୁହେଁ l ଏହାଦ୍ୱାରା ଶନି ଦେବ ଙ୍କ କ୍ରୁର ଦୃଷ୍ଟି ପଡିଥାଏ ଓ ଦରିଦ୍ରତା ଆସିଥାଏ l
* ଶନିବାର ଦିନ କଦାପି ଜୋତା ଚପଲ କିଣିବା ଉଚିତ ନୁହେଁ l ଏହିଦିନ ଚପଲ କିମ୍ବା ଜୋତା କିଣିବା ଦ୍ୱାରା ଘରକୁ ଶନି ଙ୍କ ଆଗମନ ହୋଇଥାଏ l

Govt
Leave A Reply