ବାଲିଗୁଡ଼ା,୦୪/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରୁ ପୋଲିସ ୭ଟି ଦେଶୀ ବନ୍ଧୁକ ଜବତ କରିଛି। ଏନେଇ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ ସୋମବାର ସୂଚନା ଦେଇଛନ୍ତି ଯେ, ତୁମୁଡ଼ିବନ୍ଧ ଅଞ୍ଚଳର ଜଙ୍ଗଲ ମଧ୍ୟରୁ ପ୍ରଥମେ ୩ଟି ଦେଶୀ ବନ୍ଧୁକ ମିଳିଥିଲା। ପରେ ପୁଲିସ ଦଳ ନିକଟସ୍ଥ ଘରଗୁଡ଼ିକୁ ତଲାସି କରିବା ସମୟରେ ଆଉ ୪ଟି ବନ୍ଧୁକ ଜବତ କରିଥିଲେ। ଏଭଳି ମୋଟ ୭ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଥିବା ବେଳେ, ଏହା ପଛରେ କିଏ ଜଡିତ ଅଛନ୍ତି ଓ କେଉଁ ଉଦ୍ଦେଶ୍ୟରେ ଏହି ବନ୍ଧୁକ ଗୁଡ଼ିକ ରଖାଯାଇଥିଲା ସେନେଇ ପୁଲିସ ତଦନ୍ତ ଜାରି ରଖିଛି।