Odisha news

ଶିବ ପଞ୍ଚାକ୍ଷରୀ ମନ୍ତ୍ରର ମହିମା

0

ଭଗବାନ ଶିବ ଯେତେବେଳେ ଅଗ୍ନି ଭାବରେ ପ୍ରକଟ ହେଲେ ସେତେବେଳେ ତାଙ୍କର ୫ ଟି ମୁଖ ଥିଲା |ଯେଉଁ ପାଞ୍ଚଟି ତତ୍ୱ ପୃଥିବୀ ,ଜଳ ,ଆକାଶ ,ଅଗ୍ନି,ବାୟୁ ରୂପରେ ଥିଲେ |ସର୍ବ ପ୍ରଥମେ ଯେଉଁ ଶବ୍ଦ ର ଉତ୍ପତି ହୋଇଥିଲା ତାହା ଥିଲା ଓଁ ,ତା ପରେ ଯେଉଁ ପାଞ୍ଚଟି ଶବ୍ଦ ଉତ୍ପତି ହୋଇଥିଲା ତାହା ଥିଲା ନମଃ ଶିବାୟ | ନମଃ ଶିବାୟ ର ଉତ୍ପତି ତାଙ୍କର ପାଞ୍ଚଟି ମୁଖରୁ ହୋଇ ଥିଲା  |ଏହି ମନ୍ତ୍ରକୁ ସୃଷ୍ଟି ର ପ୍ରଥମ ମନ୍ତ୍ର କୁହାଯାଏ | ଏହି ମନ୍ତ୍ର ରୁ ସବୁ ମନ୍ତ୍ରର ଉତ୍ପତି ବୋଲି କୁହା  ଯାଇଥାଏ | ତ୍ରିପାଦ ଗାୟତ୍ରୀ ମନ୍ତ୍ର ଉତ୍ପତି ମଧ୍ୟ ଏହି ଶିବ ମନ୍ତ୍ରରୁ ହୋଇଛି |   ବେଦର ମନ୍ତ୍ର ଗୁଡିକର ଆରମ୍ଭ ମଧ୍ୟ ଏହି ମନ୍ତ୍ରରୁ |

କୁହାଯାଏ ଯେ ଶିବଙ୍କ ମନ୍ତ୍ର ଜପ କଲେ ସମସ୍ତ ମନୋରଥ ପୁର୍ଣ ହୋଇଥାଏ,ଆହୁରି ମଧ୍ୟ ସମସ୍ତ ବିଘ୍ନ ବିନାଶ ହୋଇ ସିଦ୍ଧି ପ୍ରାପ୍ତ ହୋଇଥାଏ |ଏହି ମନ୍ତ୍ରକୁ ଜପ କରୁଥିବା ବ୍ୟକ୍ତି ପାଖକୁ କୌଣସି ବାଧା ଆସିନଥାଏ |ପୁରାଣ ରେ ଏପରି ମଧ୍ୟ ବର୍ଣିତ ଅଛି ଶିବଙ୍କ ମନ୍ତ୍ର ଉଚ୍ଚାରଣ କରୁଥିବା ବ୍ୟକ୍ତି ପାଖକୁ ଯମ ଦୁତ ମଧ୍ୟ ଯାଆନ୍ତି ନାହିଁ | ଯେଉଁ ବ୍ୟକ୍ତିର ମନରେ ସର୍ବଦା ଶିବ ମନ୍ତ୍ର ରହିଥାଏ ତାକୁ ମୋକ୍ଷ ପ୍ରାପ୍ତି ହୋଇଥାଏ |ଏହି ମନ୍ତ୍ର ଶିବ ବାକ୍ୟ ଓ ଶିବ ଜ୍ଞାନ ଅଟେ |

ଶିବ ଲିଙ୍ଗର ଶ୍ରେଷ୍ଠତା –

ଶିବଙ୍କର ପୂଜା ଲିଙ୍ଗ ଭାବରେ ଅଧିକ କରାଯାଇଥାଏ ,ଏହା ଅଧିକ ଫଳ ପ୍ରଦ ମଧ୍ୟ |ଶିବଙ୍କ ମୂର୍ତିପୂଜନ ମଧ୍ୟ ଶ୍ରେଷ୍ଠ କିନ୍ତୁ ଲିଙ୍ଗ ପୂଜନ ସର୍ବଶ୍ରେଷ୍ଠ ଅଟେ |ଭଗବାନ ଶିବ ବ୍ରହ୍ମା ରୁପି ହେବା କାରଣରୁ ନିଷ୍କଳ ଅର୍ଥାତ ନିରାକାର କୁହା ଯାଇଥାନ୍ତି |ରୂପଵାନ ହେବା କାରଣରୁ ସକଳ ଶାନ୍ତିର ଆଧାର ,କିନ୍ତୁ ସେ ପରଂବ୍ରହ୍ମା ପରମାତ୍ମା ନିରାକାର ରୂପରେ ପ୍ରଥମେ ଆସିଥିଲେ ,ଏବଂ ସମସ୍ତ ଦେବତା ମାନଙ୍କ ମଧ୍ୟରେ ଏକମାତ୍ର ପରଂବ୍ରହ୍ମା ଲିଙ୍ଗ ରୂପରେ ପୂଜା ପାଇଥାନ୍ତି |ଶିବ ପୁରାଣରେ କୁହାଯାଏଚି ଯେ ଲିଙ୍ଗ ରୂପରେ ଶିବଙ୍କ ପୂଜା କଲେ ବ୍ରହ୍ମାଣ୍ଡର ପୂଜା ହୋଇ ଯାଇଥାଏ |କାରଣ ସେହିଁ  ହେଉଛନ୍ତି ସମସ୍ତ ବ୍ରହ୍ମାଣ୍ଡର ମୂଳ କାରଣ |

 

 

 

 

 

Nalco
Leave A Reply