ଭୁବନେଶ୍ୱର, ୨୨।୧ : ରାଜଧାନୀରେ ଦେହ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି । ବିଦେଶୀ ଯୁବତୀମାନଙ୍କୁ ଆଣି ଏହି କାର୍ଯ୍ୟରେ ନିୟୋଜିତ କରାଯାଉଛି । ତେବେ
ଏସ୍ଟିଏଫ୍ ପକ୍ଷରୁ ମଙ୍ଗଳବାର ଏକ ବଡ ଧରଣର ସେକ୍ସ ର୍ୟାକେଟ୍ ଠାବ କରାଯାଇଛି । ଏହି ର୍ୟାକେଟ୍ ଚଲାଉଥିବା ଅଞ୍ଜଳୀ ଦିଦି ଓ ତାଙ୍କ ସ୍ୱାମୀ ସେକ୍ ଇବ୍ରାହିମ୍ଙ୍କୁ ପୋଲିସ ପିପିଲିରୁ ଗିରଫ କରିବା ସହ ପୁରୁଣା ଭୁବନେଶ୍ୱର ଗୋସରେଶ୍ୱର ଛକ ରଥ ରୋଡ୍ ନିକଟରେ ଥିବା ଏକ ଘରୁ ୬ ଯୁବତୀଙ୍କୁ ନିଜ ହେପାଜତକୁ ନେଇଛି । ପ୍ରାରମ୍ଭିକ ତଦନ୍ତରୁ ଏହି ଯୁବତୀମାନେ ବାଂଲାଦେଶରୁ ଆସିଥିବା ଜଣାପଡ଼ିଛି । ଏବେ ସେକ୍ସ ର୍ୟାକେଟ୍ ଉପରେ ଏସ୍ଟିଏଫ୍ ନଜର ପକାଇଥିବା ଜଣାପଡ଼ିଛି । ତେବେ ତଦନ୍ତ ପରେ
ଆହୁରି ଅନେକ ରହସ୍ୟ ଉନ୍ମୋଚନ ହେବ ବୋଲି ସୂଚନା ମିଳିଛି ।
Prev Post