Odisha news

ରାସ୍ତା ଦୁର୍ଘଟଣା, ୫ ମୃତ

0

ସୁନ୍ଦରଗଡ଼,୨୨ା୧ : ସୁନ୍ଦରଗଡ଼ ଜିଲ୍ଲା ରମାବାହାଲ ବସଷ୍ଟାଣ୍ଡ ନିକଟ ବିଜୁ ଏକ୍ସପ୍ରେସ୍‌ େୱରେ ବୁଧବାର ଏକ ମର୍ମ;ୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୫ଜଣ ପ୍ରାଣ ହରାଇଛନ୍ତି । ରାଜଗାଙ୍ଗପୁରରୁ ରାଉରକେଲା ଯାଉଥିବା ଏକ କାର କୌଣସି କାରଣରୁ ଭାରସାମ୍ୟ ହରାଇ ଡିଭାଇଡର ଟପି ରାସ୍ତାର ଅପରପାଶ୍ୱର୍ରେ ଥିବା ଏକ ସ୍କର୍ପିଓକୁ ଧMା ଦେଇଥିଲା । ଏହା ଡିଭାଇଡରରେ କାମ କରୁଥିବା ୬ ମହିଳା ଶ୍ରମିକଙ୍କ ଉପରେମାଡ଼ି ଯାଇଥିଲା । ଫଳରେ ୫ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ରାଉରକେଲା ଡାକ୍ତରଖାନାରେ ଆଉ ୩ଜଣ ପ୍ରାଣ ହରାଇଛନ୍ତି । ଦୁର୍ଘଟଣାଗ୍ରସ୍ତ ଗାଡ଼ିଦ୍ୱୟରେ ଥିବା ଲୋକେ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି । ରାଜଗାଙ୍ଗପୁର ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ି ଓ ମୃତଦେହକୁ ଜବତ କରି ତଦନ୍ତ କରୁଛି ।

Leave A Reply