Odisha news

ସିଏଏ ଉପରେ ରୋକ୍‌ ଲଗାଇଲେନି ସୁପ୍ରିମକୋର୍ଟ ୪ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

0

ନୂଆଦିଲ୍ଲୀ, ୨୨ା୧: ନାଗରିକତା ସଂଶୋଧନ ଆଇନ(ସିଏଏ) ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଛି । ବିବାଦୀୟ ହୋଇପଡ଼ିଥିବା ଏହି ଆଇନ ବିରୋଧରେ ତୁରନ୍ତ ରହିତାଦେଶ ଦେବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରଧାନବିଚାରପତି ଏସ୍‌ଏ ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ୫ଜଣିଆ ସାମ୍ବିଧାନିକ ପୀଠରେ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି । ଏହି ଆଇନ ଉପରେ ରୋକ୍‌ ଲଗାଇବା ଲାଗି ଦାଏର ୧୪୪ ପିଟିଶନର ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ନିର୍ଦେଶ ଦେବା ସହିତ ୪ ସପ୍ତାହ ମଧ୍ୟରେ ମତାମତ ପ୍ରଦାନ ଲାଗି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି, କେନ୍ଦ୍ରର ମତାମତ ନଜାଣି ଏକପାଖିଆ ଶୁଣାଣି କରାଯାଇପାରିବ ନାହିଁ ।

Nalco

Leave A Reply