Odisha news

ସପ୍ତମ ଶ୍ରେଣୀର ଛାତ୍ରଙ୍କ ସହିତ ଫେରାର ହେଲେ ତିନୋଟି ଛୁଆର ମା : ଗାଁରେ ହଙ୍ଗାମା

ନୂଆଦିଲ୍ଲୀ : ୟୁପିରେ ଗୋରଖପୁର ଜନପଦର ଅଞ୍ଚଳରେ ଏକ ଘଟଣା ଚର୍ଚାକୁ ଆସିଛି ,ଯେଉଁଥିରେ ଏହି ଅଞ୍ଚଳର ଜଣେ ମହିଳା ତିନିଟି ଛୁଆଙ୍କର ମା ହେବ ସତ୍ୱେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ସହିତ ଫେରାର ହୋଇଛନ୍ତି l ପିଲାଟିର ପରିବାର ଲୋକେ ପୋଲିସରେ ଏତଲା ଦେଇଛନ୍ତି l ବର୍ତ୍ତମାନ ପୋଲିସ ମହିଳା ଓ ତାଙ୍କ ସହିତ ନିରୁଦ୍ଧିଷ୍ଟ ହୋଇଥିବା ଛାତ୍ରଙ୍କୁ ଖୋଜୁଛନ୍ତି l ଉକ୍ତ ଛାତ୍ରଙ୍କ ବୟସ ୧୫ ରୁ ୧୬ ବର୍ଷ ଅଟେ l ଗାଁ ଲୋକ କହିଛନ୍ତି ଯେ ମହିଳା ଓ ଛାତ୍ର ଦୀର୍ଘ ସମୟରୁ ନିଜ ମଧ୍ୟରେ ନୀବିଡତାର ସହିତ ମିଶୁଥିଲେ ,କିନ୍ତୁ କେହି କେବେ ଭାବି ନଥିଲେ ଯେ ଦୁଇଜଣ ଏଭଳି ଚାଲିଯିବେ l ମାର୍ଚ୍ଚ ୧୦ ତାରିଖ ଦିନ ଉଭୟ ଗ୍ରାମଛାଡି ପଳାଇ ଥିଲେ l

ବର୍ତ୍ତମାନ ଗ୍ରାମରେ ଏକ ଉତେଜନା ପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି l ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବାର ସୂଚନା ମିଳିଛି l ଗ୍ରାମବାସୀ ମାନେ ପୋଲିସର ମନ୍ଥର କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି l ବାରମ୍ବାର ପୋଲିସ ଥାନାକୁ ଦୌଡିବା ଫଳରେ ପୋଲିସ ନିଜ କାର୍ଯ୍ୟରେ ତତ୍ପରତା ଦେଖାଇଛି l ନାବାଳକର ମାତାପିତା ଚିନ୍ତା ପ୍ରକଟ କରିଛନ୍ତି ଓ ଯେତେ ଶୀଘ୍ର ତାଙ୍କ ପୁଅ ମିଳିବ ସେହି ଅପେକ୍ଷାରେ ରହିଛନ୍ତି l ମହିଳା ଜଣଙ୍କ ଶଶୁର ଘର ଲୋକ ମଧ୍ୟ ଏହି ଘଟଣାକୁ ନେଇ ଉତେଜିତ ଅଛନ୍ତି l କାରଣ ତିନୋଟି ପିଲାଙ୍କୁ ଛାଡି ଯାଇଥିବାରୁ ପିଲାମାନେ ମଧ୍ୟ ମା ବିନା ରହିବାକୁ ଇଛା କରୁନାହାନ୍ତି l ଗାଁ ଲୋକଙ୍କ ହସ୍ତାକ୍ଷପ ପରେ ପୋଲିସ କାର୍ଯ୍ୟରେ ତତ୍ପରତା ଦେଖାଇଛି l

Comments are closed.