Odisha news

ଆପଣ ପର ଆଲୋଚନା କରୁଛନ୍ତି କି ? ବାସ୍ତୁଶାସ୍ତ୍ର ଅନୁସାରେ ଏହି ଭଳି ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ

ସାଧାରଣତଃ ଅଧିକାଂଶ ମହିଳା ମାନେ ଘରର ଅଶାନ୍ତିକୁ ନେଇ ଅନ୍ୟ ମାନଙ୍କ ଆଗରେ ଚର୍ଚା କରିଥାନ୍ତି l ବାସ୍ତୁଶାସ୍ତ୍ରରେ ଏହାର ଛୋଟବଡ଼ ଉପଚାର ମଧ୍ୟ ରହିଛି l କାରଣ ଭାରତୀୟ ବାସ୍ତୁଶାସ୍ତ୍ର ଘରେ ଉପୁଜୁଥିବା ବିଭିନ୍ନ ପ୍ରକାରର କାର୍ଯ୍ୟ କଳାପକୁ ନେଇ ସଚେତନ କରାଇଥାଏ l ଆଜି ଆମେ ଜାଣିବା ବାସ୍ତୁଶାସ୍ତ୍ରରେ ପର ଆଲୋଚନା ଦ୍ୱାରା ଘରେ କିପ୍ରକାରର ଅସୁବିଧା ହୋଇଥାଏ ସେ ବିଷୟରେ ଜାଣିବା l

* ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଗୃହରେ ପର ଆଲୋଚନା ହେବ ଦ୍ୱାରା ଦରିଦ୍ରତା ବାସ କରିଥାଏ l କାରଣ ମା ଲକ୍ଷ୍ମୀ ପର ଆଲୋଚନାକୁ କେବେବି ପ୍ରଶ୍ରୟ ଦିଅନ୍ତି ନାହିଁ l ତେଣୁ ଘରେ ଲକ୍ଷ୍ମୀ ବାସ କରୁଥିବାରୁ ପର ଆଲୋଚନା ଠାରୁ ଦୁରେଇ ରୁହନ୍ତୁ l

* ବାସ୍ତୁଶାସ୍ତ୍ର ଅନୁସାରେ ଘରେ ପର ଆଲୋଚନା ହେବ ଦ୍ୱାରା ଘରର ଶାନ୍ତି ହୋଇଥାଏ ଓ ନକାରାତ୍ମକ ଶକ୍ତି ସକ୍ରିୟ ହୋଇ ଥାନ୍ତି l ତେଣୁ ନକାରାତ୍ମକ ଶକ୍ତିକୁ ଘରେ ପ୍ରଶ୍ରୟ ଦେବା ଉଚ୍ଚତ ନୁହେଁ ,ପର ଆଲୋଚନାରୁ ଦୁରେଇ ରହିବ ଆବଶ୍ୟକ l

* ସବୁ ମାତାପିତା ଚାହିଁଥାନ୍ତି ତାଙ୍କ ସନ୍ତାନ ଉଜୋଗୀ ହେବ ସହିତ କାର୍ଯ୍ୟକ୍ଷମ ହେଉ l ବାସ୍ତୁଶାସ୍ତ୍ର ଅନୁସାରେ ଘରେ ପର ଆଲୋଚନା ହେବ ଦ୍ୱାରା ସନ୍ତାନ ମାନଙ୍କ ଉନ୍ନତିରେ ବାଧା ଉପୁଜିଥାଏ l ତେଣୁ ସବୁବେଳେ ସକାରାତ୍ମକ ସ୍ଥିତି ରଖିବା ପାଇଁ ଆଧ୍ୟାତ୍ମିକ ଚିନ୍ତାଧାରା ଜାଗ୍ରତ କରନ୍ତୁ l

* ବାସ୍ତୁଶାସ୍ତ୍ରରେ କୁହାଯାଇଛି ଜୀବନରେ ଉନ୍ନତି କରିବା ପାଇଁ ସଫଳ କାର୍ଯ୍ୟ ସହିତ ଭଲ ଚିନ୍ତାଧାରା ରଖିବା ଆବଶ୍ୟକ l ତେଣୁ ପ୍ରତେକ ସମୟରେ ନିଜ ଘରେ ବଡ ମାନଙ୍କ ସହିତ ଭଲ ଭଲ ଆଧ୍ୟାତ୍ମିକ କଥା ହୁଅନ୍ତୁ ଏବଂ ସେମାନଙ୍କୁ ମଧ୍ୟ ପର ଆଲୋଚନାଠାରୁ ଦୁରେଇ ରହିବାକୁ କୁହନ୍ତୁ l ଏପରି ନକଲେ କାର୍ଯ୍ୟ କ୍ଷତ୍ରରେ ଉନ୍ନତି ମିଳିବା ଅସମ୍ଭବ l

* ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଦିନର ଆରମ୍ଭ ସକାରାତ୍ମକ ଚିନ୍ତା ଓ ଆଧ୍ୟାତ୍ମିକ ଚିନ୍ତାରେ ଆରମ୍ଭ କଲେ ଦିନଟି ଭଲରେ ବିଟିଥାଏ l ତେଣୁ ଘରର ବାତାବରଣକୁ ପ୍ରଥମେ ସୁସ୍ଥ ରଖିବା ଆବଶ୍ୟକ l ସେଠି ମଧ୍ୟରୁ ଗୋଟିଏ ମୁଖ୍ୟ କାର୍ଯ୍ୟ ହେଲା ସବୁବେଳେ ପର ଆଲୋଚନା ଠାରୁ ଦୁରେଇ ରୁହନ୍ତୁ l

Comments are closed.