ପଶ୍ଚିମବଙ୍ଗ ମତଦାନ ରେ ପରାଜୟ ପରେ ପୂର୍ବ ମୁଖ୍ୟମନ୍ତ୍ରୀ ଓ ଟିଏମସି ମୁଖ୍ୟ ମମତା ବାନାର୍ଜୀ ମତଦାନ ପରେ ହୋଇଥିବା ହିଂସା ର PIL କେଶ ରେ ଚିଫ ଜଷ୍ଟିସ HC ସୁଜୟ ପାଲ ଙ୍କ ସମୁଖରେ ଉପସ୍ଥିତ ହେବା ପାଇଁ ଓକିଲ ପୋଷାକ ରେ କଲିକତା ହାଇକୋର୍ଟ ପହଂଚିଥିଲେ, ନିକଟରେ ସମାପ୍ତ ହୋଇଥିବା ବିଧାନସଭା ମତଦାନ ପରେ ସାରା ରାଜ୍ୟରେ ହିଂସା ଖବର ସାମ୍ନାକୁ ଆସିଥିଲା, ଏହାକୁ ନେଇ ଟିଏମସି ନେତା କଲ୍ୟାଣ ବାନାର୍ଜୀ ଙ୍କ ପୁଅ ଶିର୍ଷାନ୍ୟ ବନ୍ଦୋପାଧ୍ୟାୟ କଲିକତା ହାଇକୋର୍ଟ ରେ ଗୋଟିଏ ଜନହିତ ଯାଚିକା ଦାୟର କରିଥିଲେ , ମମତା ବାନାର୍ଜୀ ୧୯୮୨ ରେ ଯୋଗେନ୍ଦ୍ର ଚନ୍ଦ୍ର କଲେଜ ରୁ ଲ ର ଡିଗ୍ରୀ ହାସଲ କରିଥିଲେ ଏହାସହ ମମତାଙ୍କ ନିକଟରେ BA , BED ଓ ମାଷ୍ଟର ଡିଗ୍ରୀ ମଧ୍ୟ ରହିଛି l
ପଶ୍ଚମବଂଗ ରେ ମତଦାନ ପରେ ରାଜ୍ୟରେ ଅରାଜକତା ବ୍ୟାପିଥିଲା, ଅନେକ ସ୍ଥାନରେ ଭଙ୍ଗାରୁଜା ର ଘଟଣା ସାମ୍ନାକୁ ଆସିଥିଲା, ବର୍ତମାନ ର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଙ୍କ PA ଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା , ବିଧାନସଭା ମତଦାନ ରେ ଭାଜପା କୁ ୨୦୭ ସିଟ ମିଳିଥିବା ବେଳେ ଟିଏମସି ମାତ୍ର ୮୦ ସିଟ ରେ ସୀମିତ ହୋଇ ରହିଯାଇଥିଲା , ୧୫ ବର୍ଷ ଶାସନ ରେ ରହିବା ପରେ ମମତା ବାନାର୍ଜୀ ଙ୍କୁ ଭବାନୀପୁର ସିଟ ରେ ପରାଜୟ ର ସାମ୍ନା କରିବାକୁ ପଡିଥିଲା l