କିଛିଦିନ ପୂର୍ବରୁ ବଙ୍ଗଳାଦେଶ ରେ ହିନ୍ଦୁ ଅଳ୍ପ ସଂଖ୍ୟକ ମାନଙ୍କୁ ଆକ୍ଷି ଭୁଜା ଯନ୍ତ୍ରଣା ଦେଉଥିଲେ ମୁସଲମାନ , ଯାହାକୁ ନେଇ ଭାରତରେ ଖୁବ ଉତେଜନା ମଧ୍ୟ ଦେଖା ଯାଇଥିଲା l କିନ୍ତୁ ଅଚାନକ ଭାବରେ ପଶ୍ଚିମବଙ୍ଗ ଓ ଆସାମ ରେ ଭାଜପା ଶାସନ ଆସିବା ପରେ ବଙ୍ଗଳାଦେଶ ର ଜମାତ – ଏ- ଇସ୍ଲାମୀ ଓ ବଙ୍ଗଳାଦେଶ ଖିଲାଫତ ମଜଲିସ ଆରୋପ ଲଗାଇଛନ୍ତି ଯେ ଆସାମ ଓ ପଶ୍ଚିମବଙ୍ଗ ରେ ଅଳ୍ପ ସଂଖ୍ୟକ ମୁସଲମାନ ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଛି l କିନ୍ତୁ ବଙ୍ଗଳାଦେଶ ତାରିକ ସରକାର ଏହାକୁ ଖାରଜ କରି କହିଛନ୍ତି ଯେ ଏଭଳି ଆରୋପ ର କୌଣସି ପ୍ରମାଣ ନାହିଁ l
ଟାଇମ୍ସ ଅଫ ଇଣ୍ଡିଆ ରେ ୧୪ ମଇ ରେ ପ୍ରକାଶିତ ଖବର ଅନୁସାରେ କୁହାଯାଇଛି ଯେ ଭାରତରେ ମୁସଲମାନ ମାନଙ୍କୁ କୌଣସି ଉତ୍ପୀଡ଼ନ ର କୌଣସି ପୁଷ୍ଟି ହୋଇନାହିଁ, ବଙ୍ଗଳାଦେଶ ସରକାର ଦେଶର ସବୁଠୁ ବଡ଼ ଇସ୍ଲାମିକ ପାର୍ଟି ଓ ତାର ସହଯୋଗୀ ଦଳର ଖାରଜ କରିଛନ୍ତି l ବଙ୍ଗଳାଦେଶ ସରକାରୀ ଅଧିକାରୀ ମାନେ ଏହି ଆରୋପ କୁ ଖାରଜ କରି କହିଛନ୍ତି ଯେ ଆମକୁ ସରକାରୀ ଚ୍ୟାନେଲ ହେଉ କିମ୍ବା ଅନ୍ୟ କୌଣସି ରାଜନୀତି ଚ୍ୟାନେଲ ରୁ ଏଭଳି କୌଣସି ରିପୋର୍ଟ ମିଳିନାହିଁ l
ବଙ୍ଗଳାଦେଶ ର ଗୃହମନ୍ତ୍ରୀ ସିଧାସଳଖ ପ୍ରଶ୍ନ କରିଛନ୍ତି ଆପଣଙ୍କ ପାଖରେ କଣ ପ୍ରମାଣ ରହିଛି ଯେ ଏଭଳି ଅତ୍ୟାଚାର ଭାରତରେ ଆରମ୍ଭ ହୋଇଗଲାଣି ? ସୋସିଆଲ ମିଡିଆରେ ଅଯଥା ଗୁଜବ ପ୍ରଚାର କରନ୍ତୁ ନାହିଁ l ଏଭଳି ଅପପ୍ରଚାର ସମ୍ପ୍ରଦାୟିକତା କୁ ବୃଦ୍ଧି କରୁଛି ଓ କରିବ ମଧ୍ୟ l ନିରୀହ ଲୋକ ଉତ୍ପୀଡ଼ନ ର ଶିକାର ନହେବା ଉଚିତ l ପୂର୍ବରୁ ଯାହା ଘଟି ଯାଇଛି ତାହା ଯେପରି ଦୋହରା ନହେଉ l