Odisha news

ଶକ୍ତିଶାଳୀ ହେବ ଭାରତୀୟ ସେନା : ସୁରକ୍ଷା ଲାଗି କିଣା ହେବ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍

0

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଯବାନଙ୍କ ସୁରକ୍ଷା ଲାଗି କିଣା ହେବ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ । ୬୨ ହଜାର ୫୦୦ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ କିଣିବାକୁ ଯୋଜନା କରିଛି ପ୍ରତିରକ୍ଷା ବିଭାଗ । ଯୁଦ୍ଧ ଏବଂ ଆତଙ୍କବାଦୀଙ୍କ ସହ ମୁକାବିଲା କରିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏନେଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏହି ଜ୍ୟାକେଟ୍ ପ୍ରଥମେ ଜାମ୍ମୁ-କାଶ୍ନୀରରେ  ମୁତୟନ ହୋଇଥିବା ଯବାନଙ୍କୁ ମିଳିବ ।

ଆତଙ୍କବାଦୀ ଗତିବିଧି ଓ ସୀମାରେ ସିଜ୍ ଫାୟାରକୁ ଦୃଷ୍ଟିରେ ରଖି ଯବାନଙ୍କ ପାଇଁ ସୁରକ୍ଷା କବଚ କିଣିବାକୁ ଯାଉଛି ଭାରତୀୟ ସେନା । ଆତଙ୍କବାଦୀଙ୍କ ସହ ଦୃଢ ମୁକାବିଲା ପାଇଁ ୬୨ ହଜାର ୫୦୦ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ କିଣାଯିବ। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ମେକ୍ ଇନ୍ ଇଣ୍ଡିଆ ଷ୍ଟାର୍ଟ ଅପ୍ ଦ୍ବାରା ବୁଲେଟ୍ ଜ୍ୟାକେଟ୍ କିଣାଯିବ । ଏନେଇ ଦୁଇଟି ପୃଥକ ପୃଥକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ୪୭ ହଜାର ୬୨୭ଟି ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୧୫ ହଜାର ଜ୍ୟାକେଟ୍ କିଣାଯିବ । ଏହି ପ୍ରକ୍ରିୟା ୩ରୁ ୪ ମାସରେ ମଧ୍ୟରେ ଶେଷ ହେବ ।

ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଗ୍ରେଡ୍-4 ମାନର ରହିବ । ଏହା ଷ୍ଟିଲ୍ କୋର୍ ବୁଲେଟ୍ ପାଇଁ ବେଶ୍ ଉପଯୋଗୀ । ଏହି ଜ୍ୟାକେଟ୍ ପ୍ରଥମେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧ ଲଢୁଥିବା ଯବାନଙ୍କୁ ଯୋଗାଇ ଦିଆଯିବ । ଏହା ପୂର୍ବରୁ  ପ୍ରତିରକ୍ଷା ବିଭାଗ ୭୫୦ଟି ଡ୍ରୋନ୍ କିଣିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା । ସେହିପରି ଏକ ହଜାର କାପ୍ଟର ପାଇଁ ମଧ୍ୟ ଟେଣ୍ଡର ହୋଇଥିଲା । ଏଲଏସିରେ ଚୀନ୍ ସେନା ଉପରେ ନଜର ରଖିବା ପାଇଁ ୮୦ଟି ଅଟୋମୋଟିକ୍ ବିମାନ ନେଇ ଟେଣ୍ଡର ଜାରି ହୋଇଥିଲା ।

Nalco
Leave A Reply