ଭଗବାନ ଶିବଙ୍କ ଅନେକ ରହସ୍ୟ ରହିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ | ଏହିଭଳି କିଛି ରହସ୍ୟ ସମ୍ପର୍କରେ ବହୁତ କମ ଲୋକ ଜାଣିଥାନ୍ତି | ଆଜି ଭଗବାନ ଶିବଙ୍କ ତୃତୀୟ ନୟନ ବିଷୟରେ ଜାଣନ୍ତୁ | ଭଗବାନ ଶିବଙ୍କ ମଥାରେ ତୃତୀୟ ନୟନ ଥିବା ସମ୍ପର୍କରେ ପୁରାଣରେ ବର୍ଣ୍ଣିତ ରହିଛି | ଏହି ନୟନ ସାହାଯ୍ୟରେ ସେ ସବୁକିଛି ଦେଖି ପାରନ୍ତି ଯାହା ଅନ୍ୟ ଦୁଇ ନୟନରେ ଦେଖି ନ ଥାନ୍ତି | ସେ ଯେତେବେଳେ ତୃତୀୟ ନୟନ ଖୋଲାଣି ସେତେବେଳେ ବହୁତ ଅଧିକ ଉର୍ଜା ପ୍ରକଟିତ ହୋଇଥାଏ | ତୃତୀୟ ନୟନ ଖୋଲିଲେ ତାଙ୍କୁ ସାରା ବ୍ରହ୍ମାଣ୍ଡ ସଫା ନଜର ଆସିଥାଏ |
ଶିବଙ୍କ ତୃତୀୟ ନୟନକୁ ପ୍ରଳୟ ବୋଲି ମଧ୍ୟ କୁହାଯାଇଥାଏ | ଶିବଙ୍କ ତୃତୀୟ ନୟନରୁ ପ୍ରକଟିତ ହେବା ଅଗ୍ନି ଦିନେ ଏହି ପୃଥିବୀର ବିନାଶର କାରଣ ହେବ ବୋଲି କୁହାଯାଏ | ଶିବଙ୍କ ୩ଟି ନେତ୍ରର ଅଲଗା ଅଲଗା ଗୁଣ ରହିଛି | ଡାହାଣ ନେତ୍ର ସତ୍ଵଗୁଣ, ବାମ ନେତ୍ର ରଜୋଗୁଣ, ତୃତୀୟ ନେତ୍ର ତମୋଗୁଣ ସମ୍ପର୍ଣ୍ଣ | ଶିବଙ୍କୁ ତ୍ରିନେତ୍ରଧାରୀ ମଧ୍ୟ କୁହାଯାଏ | ଶିବଙ୍କ ଗୋଟିଏ ନେତ୍ରରେ ଚନ୍ଦ୍ରମା ଓ ଅନ୍ୟଟିରେ ସୂର୍ଯ୍ୟଙ୍କ ବାସ ରହିଛି | ତୃତୀୟ ନେତ୍ରକୁ ବିବେକ ବୋଲି କୁହାଯାଏ | ଶିବଙ୍କ ତୃତୀୟ ନେତ୍ରର ତାଙ୍କର ବିଶେଷ ପରିଚୟ | ତାଙ୍କ ତୃତୀୟ ଚକ୍ଷୁ ଅଜ୍ଞାନଚକ୍ର ଉପରେ ସ୍ଥିତ ଥିବା ମଧ୍ୟ ବିଶ୍ୱାସ ରହିଛି | ଅଜ୍ଞାନଚକ୍ର ହିଁ ବିବେକ ବୁଦ୍ଧିର ସ୍ରୋତ | ତୃତୀୟ ନେତ୍ର ଖୋଲିଲେ ସାମାନ୍ୟ ଜୀବ ରୁପି ମାନବର ସମ୍ଭାବନା ବଟ ବୃକ୍ଷ ଆକାର ଧାରଣ କରିଥାଏ |
