Odisha news

ବାସୁଦେବପୁର : ଭୂତାଣୁ ରୋକିବାକୁ ମାସ୍କ ତିଆରି କରି ବଣ୍ଟନ କରୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠି

0

ବାସୁଦେବପୁର : ଚାରିଆଡେ ଲକ୍‍ ଡାଉନ୍‍ । ମାସ୍କ ନଥିଲେ ବାହାରି ପାରିବନାହିଁ ଘରୁ । ଯାତାୟତ ପାଇଁ ଲାଗିଛି କଟକଣା । ଏହି ସମୟରେ କରୋନା ଯୋଦ୍ଧା ସହଜିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ । ମହାମାରୀ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ମାସ୍କ ତିଆରି କରିବା ପାଇଁ ଅଣ୍ଟାଭିଡିଛନ୍ତି ବାଲିମେଦ ପଞ୍ଚାୟତର ସତ୍ୟସାଇ ପ୍ରଡୁ୍ୟସର ଗ୍ରୃପର ମହିଳାମାନେ । ଦିନରାତି ଏକାକାର କରି ମାସ୍କ ତିଆରି କରି ସ୍ପଳ୍ପ ମୂଲ୍ୟରେ ବଣ୍ଟନ କରିବାର ଆନନ୍ଦ ନିଆରା ବୋଲି ସଭାପତି ସୂର୍ଯ୍ୟମଣୀ ମହାନ୍ତି ଓ ସମ୍ପାଦିକା ବୁଦ୍ଧିମତୀ ବଳ କହିଛନ୍ତି । ବାଲିମେଦ ପଞ୍ଚାୟତର ସତ୍ୟସାଇ ପ୍ରଡୁ୍ୟସର ଗ୍ରୃପର ମହିଳାମାନେ ୨୦୧୪ ମସିହା ଠାରୁ ମହିଳାମାନଙ୍କୁ ସିଲାଇ ତାଲିମ ଦେବା ସହିତ ସ୍କୁଲ ଡ୍ରେସ ତିଆରି କରି ଯୋଗାଇ ଆସୁଥିଲେ । ସିଲାଇ କେନ୍ଦ୍ରରେ ୩୦ରୁ ଉର୍ଦ୍ଧ ମହିଳା କାର୍ଯ୍ୟକରି ନିଜେ ଆତ୍ମ ନିର୍ଭରଶରଳ ହେବା ସହିତ ଜୀବିକା ନିର୍ବାହ କରୁଛନ୍ତି । କରୋନା ପରି ମହାମାରୀ ଭୂତାଣୁ ସଂକ୍ରମଣ ସମୟରେ କେହି ଘରୁ ବାହାରକୁ ନବାରିବା ପାଇଁ ସରକାର ନିର୍ଦ୍ଧେଶ ଦେଇଛନ୍ତି । ଆବଶ୍ୟକ ନଥିଲେ ବାହାରିଲେ ହେବ କାର୍ଯ୍ୟାନୁଷ୍ଠାନ । ଏହି ପରି ଯୁଦ୍ଧ ସମୟରେ ମହିଳାମାନେ ଜୀବନକୁ ବାଜି ଲଗାଇ ଦିନରାତି ଏବେ ମାସ୍କ ତିଆରୀ କରିବାରେ ଲାଗି ପଡିଛନ୍ତି । ବଜାରରେ ମାସ୍କ ମିଳୁ ନଥିବାରୁ କେତେକ ଦୋକାନୀ ୩୦ ରୁ ୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି । ହେଲେ ସତ୍ୟସାଇ ପ୍ରଡୁ୍ୟସର ଗ୍ରୃପର ମହିଳାମାନେ ଏହି ବିପତ୍ତି ସମୟରେ ସରକାରୀ କାର୍ଯ୍ୟାଳୟରେ ଓ ଗରିବମାନଙ୍କୁ ମାଗଣାରେ ମାସ୍କ ଯୋଗାଇ କରୋନା ଯୁଦ୍ଧରେ ଦେବଦୂତ ସାଜି ଛନ୍ତି । ଲକ୍‍ ଡାଉନ୍‍ ସମୟରେ ସବୁ ଆଡେ ଦୋକାନ ବଜାର ବନ୍ଦ ଥିବାବେଳେ କପଡା ଖୋଜି ଆଣି ଦିନରାତି ୩୦ ରୁ ଉର୍ଦ୍ଧ ମହିଳା ଘରେ ବସି ମାସ୍କ ତିଆରି କରିବାରେ ଲାଗି ପଡିଛନ୍ତି । ଏହି ମାସ୍କକୁ ଆବଶ୍ୟକ ସ୍ଥଳେ ୧୦ ରୁ କୋଡିଏ ଟଙ୍କା ନେଇ ବିକ୍ରି କରୁଛନ୍ତି । ସମଗ୍ର ବାସୁଦେବପୁର ବ୍ଲକର ଉଦାହରଣ ସାଜିଛନ୍ତି । ଏହି କାର୍ଯ୍ୟକ୍ରମରେ ମମତା ମହାନ୍ତି ସଂଯୋଜନା କରୁଛନ୍ତି ।

Leave A Reply