ଖୋର୍ଦ୍ଧା: ଲକ-ଡ଼ାଉନ ଘୋଷଣା ଖୁଚୁରା ବଜାର ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟବୃଦ୍ଧି ହେବାରେ ଲାଗିଛି । ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବ ନ ଥିବା ସତ୍ୱେ କେତକ ଅସାଧୁ ବ୍ୟବସାୟୀ ଲକ-ଡ଼ାଉନର ବେଶ ଫାଇଦା ନେଇ କଳାବଜାରୀ କରୁଥିବା ଅଭିଯୋଗ ହେଉଛି ।ଯାହାକୁ ନେଇ ଖାଉଟୀ ଚିନ୍ତାରେ ପଡ଼ିଥିବା ବେଳେ ଦର କଳାବଜାରୀଙ୍କ ଉପରେ ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଲଗାମ ଲଗାଇଥିବା ଜଣାଯାଇଛି ।ଏଥିରେ ଜିଲ୍ଲାପାଳ ଶ୍ରୀରାଉତ ଏକ ନୋଟିସ (ନଂ-୨୩୪୨)ମାଧ୍ୟମରେ ଖୁଚୁରା ବେପାରୀଙ୍କୁ ହରଡ଼ଡ଼ାଲି କିଲୋ ପିଛା ୯୨ ଟଙ୍କା ଏବଂ ମୁଗ-ଡ଼ାଲି କିଲୋ ପିଛା ୧୦୫ ଟଙ୍କା ଦେବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ବୁଟଡ଼ାଲି ୬୮, ବିରିଡ଼ାଲି ୯୬, ଅଟା ୩୨ ,ମଇଦା ୩୨,ସୁଜି -୩୩ ,ଆଳୁ ୧୯,ପିଆଜ ୨୯, ଚିନି ୪୨ ,ଚୁଡ଼ା ୩୦ ଟଙ୍କା କିଲୋପିଛା ଲୋକଙ୍କୁ ଦେବାକୁ ଅନୁରୋଧ କରିଛନ୍ତି ।ଏଥିସହିତ ଷୋରିଶ ତେଲ(ପାଉଚ)ଲିଟର ପିଛା ୧୧୭ ଟଙ୍କା ଏବଂ ରିଫାଇନ ତେଲ ଲିଟର ପିଛା ଖୁଚୁରା ଦୋକାନୀକୁ ନେବାକୁ ଆଦେଶ ଦେଇଛନ୍ତି । ତେବେ ଏହାକୁ ଉଲଂଘନ କଲେ ସମ୍ପୃକ୍ତ ବେପାରୀଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ରାଉତ ଚେତବାନୀ ଦେଇଛନ୍ତି ।