Odisha news

ଲକଡାଉନ ନିୟମ ଉଲଙ୍ଘନ, ଧାମନଗର ଥାନାରେ ୧୧ଟି ମାମଲା ୫୧ ବାଇକ୍ ଜବତ, ୪୨ହଜାର ଟଙ୍କା ଜରିମାନା ଆଦାୟ

0

ଧାମନଗର : କରୋନା ସଂକ୍ରମଣକୁ ସାମ୍ନା କରିବା ପାଇଁ ଜନସାଧାରଣଙ୍କୁ ପ୍ରଶାସନ ଓ ପୋଲିସ ଯେତେ ପରାମର୍ଶ ଦେଲେବି କିଛି ଅମାନିଆ ବ୍ୟକ୍ତି ଏହି ଆଇନକୁ ଫୁ କରିଦେଉଛନ୍ତି । ବିଶେଷ କରି ଯୁବଗୋଷ୍ଠି ସରକାରଙ୍କ ଏହି ନିୟମକୁ ଅଧିକ ଉଲଙ୍ଘନ କରୁଛନ୍ତି । ସେଥିପାଇଁ ପ୍ରଶାସନ କଢା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ବାଧ୍ୟ ହେଉଛି । ଲକ୍ଡାଉନ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଧାମନଗର ଥାନାରେ ମୋଟ ୧୧ଟି ମାମଲା ରୁଜୁ କରାଯାଇଥିବା ବେଳେ ପ୍ରାୟ ୨୦ରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଧାମନଗର ଥାନା ଅଞ୍ଚଳରୁ ୫୧ଟି ବାଇକ ଜବତ କରାଯାଇଥିବା ବେଳେ ୨୧ଜଣ ବାଇକ ଚାଳକଙ୍କ ଠାରୁ ୨ହଜାର ଟଙ୍କା ଲେଖାଏଁ ମୋଟ ୪୨ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ବିଭିନ୍ନ ସମୟରେ ଲକ୍ଡାଉନକୁ ଅମାନ୍ୟ କରିଥିବା ଯୁବକ ମାନଙ୍କ ଠାରୁ ୨୪ଟି ବାଇକ୍ ଜବତ କରାଯାଇଥିବା ବେଳେ ଏ ସମ୍ପର୍କରେ ମାମଲା ମାନ ରୁଜୁ କରାଯାଇ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ଭଦ୍ରକ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଦୁଇ ଚକିଆ ଓ ଚାରିଚକିଆ ଯାନ ଚଳାଚଳ ଉପରେ ରୋକ୍ ଲଗାଯାଇଛି । ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଲୋକେ ସାଇକେଲରେ କିମ୍ବା ଚାଲି କରି ଯା’ଆସ କରିବା ପାଇଁ ନିଦେ୍ର୍ଦଶ ଥିବାବେଳେ ଏହି ନିୟମକୁ ଅମାନ୍ୟ କରି ଗତ ଦୁଇଦିନ ରେ ଧାମନଗର ପୋଲିସ ୨୭ଟି ବାଇକ ଜବତ କରିଥିôବା ଜଣାଯାଇଛି । ସେଥି ମଧ୍ୟରୁ ୨୧ଜଣ ବାଇକ ଚାଳକଙ୍କ ଠାରୁ ୪୨ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ଆଦାୟ ଅର୍ଥ ଜିଲ୍ଲା ରେଡକ୍ରସ ପାଣ୍ଠିରେ ଜମା କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ନିଦେ୍ର୍ଦଶ ଦେଇଥିବା ବେଳେ ଉକ୍ତ ଅର୍ଥକୁ କରୋନା ମୁକାବିଲା କରିବା ନିମନ୍ତେ ଖର୍ଚ୍ଚ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଧାମନଗର ତହସିଲଦାର ରାଧାକାନ୍ତ ବାରିକ, ଧାମନଗର ଏସଡିପିଓ ମନୋରଂଜନ ସାମଲ, ଏନଏସି ନିର୍ବାହୀ ଅଧିକାରୀ ଯତୀନ୍ଦ୍ର କୁମାର ମିଶ୍ର, ଆଇଆଇସି ରତିକାନ୍ତ ଗିରି, ଧାମନଗର ବିଡିଓ ଦୁର୍ଗା ଚରଣ ମୁର୍ମୁ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ସେମାନଙ୍କର କର୍ମଚାରୀ ମାନଙ୍କୁ ନିୟୋଜିତ କରି କରୋନା ସଂକ୍ରମଣକୁ ମୁକାବିଲା କରୁଛନ୍ତି । ଧାମନଗର ଅଗ୍ନୀଶମ ବିଭାଗ ତରଫରୁ ଧାମନଗର ଅଞ୍ଚଳକୁ ବିଶୋଧନ କରାଯାଉଛି । ଓଡିଶା ସରକାର ଏହି ଲକ୍ଡାଉନ ବ୍ୟବସ୍ଥାକୁ ଏପ୍ରେଲ ୩୦ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖିବା ପାଇଁ ଘୋଷଣା କରିଥିବାରୁ ଏହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ତେବେ ଜନସାଧାରଣ ଏହି ଅବଧି ମଧ୍ୟରେ ସରକାରଙ୍କ ନୀତି ନିୟମକୁ ପାଳନ କରିବା ସହିତ ସମ୍ପୁର୍ଣ୍ଣ ସହଯୋଗ କରିବା ପାଇଁ ବୁଦ୍ଧିଜୀବୀ ମହଲରୁ ଅନୁରୋଧ କରାଯାଇଛି ।

Leave A Reply