Odisha news

ରାମଚଣ୍ଡୀ ମୁହାଣ ପାଖରୁ ଅଚିହ୍ନା ମହିଳା ଙ୍କ ଗଳିତ ଶବ ଉଦ୍ଧାର

0

କୋଣାର୍କ- ଚନ୍ଦ୍ରଭାଗା ମେରାଇନ ଥାନା ଅନ୍ତର୍ଗତ ରାମଚଣ୍ଡୀ ମୁହାଣ ସମୁଦ୍ର ତଟରୁ ଗୁରୁବାର ଦିନ ଏକ ଅଚିହ୍ନା ମହିଳା ଙ୍କ ଶବ କୁ ଚନ୍ଦ୍ରଭାଗା ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ଘଟଣା ରୁ ଜଣାପଡେ ଉକ୍ତ ମୁହାଣ ନିକଟସ୍ଥ ସମୁଦ୍ର ବେଳାମାର୍ଗ ରେ ଉଲଗ୍ନ ଅବସ୍ଥା ରେ ପା୍ରୟ ୩୫ ବର୍ଷ ପାଖାପାଖି ଏକ ମହିଳା ର ଶବ ପଡିଥିବା ସ୍ତାନୀୟ କିଛି ବ୍ୟକ୍ତି ଦେଖି ଗଣମାଧ୍ୟମ କୁ ଖବର ଦେଇଥିଲେ । ଗଣମାଧ୍ୟମ ର ପ୍ରତିନିଧୀ ମାନେ ମୁହାଣ ପାଖରେ ପହଂଚି ସତ୍ୟାସତ୍ୟ ଜାଣିବା ପରେ ଚନ୍ଦ୍ରଭାଗା ମେରାଇନ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଚଂନ୍ଦ୍ରଭାଗା ଥାନା ଅଧିକାରୀଣି ନିଳିମା ପଟ୍ଟନାୟକ ଘଟଣା ସ୍ଥଳ ରେ ପହଂଚି ଉକ୍ତ ମହିଳା ର ଶବକୁ ଜବତ କରିବା ସହ ୩/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବକୁ ପଂଚନାମା ନିମନ୍ତେ ପୁରୀ ଡାକ୍ତରଖାନା କୁ ପଠାଇ ତଦନ୍ତ କରୁଥିବା ଥାନା ଅଧୀକାରିଣୀ ଶୀ୍ରମତି ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Leave A Reply