Odisha news

ଲକ ଡାଉନରୁ ଆତ୍ମନିର୍ଭର ତାର ଶିକ୍ଷା

0

Editorial : ଶେଷ ହେବାକୁ ଥିବା ଚଳିତ ଅପ୍ରେଲ ମାସ ବହୁତ କଛି ଶିଖାଇ ଦେଇଛି ସାରା ବିଶ୍ୱବାସୀଙ୍କୁ । ଏଇ ମାସରେ ବିଶ୍ୱ ତମାମ ଲକଡାଉନ,ଧାରା ୧୪୪,ରେଡ, ଅରେଂଜ ଗ୍ରୀନ ଜୋନ,( ଲାଲ ନାରଙ୍ଗି ଓ ସବୁଜ ରଙ୍ଗ ଚିହ୍ନିତ ଅଂଚଳ ବା ଜୋନ ) ସୋସିଆଲ ଡିଷ୍ଟାନସିଂ( ସାମାଜିକ ଦୂରତ୍ୱ ଓ ଶାରିରୀକ ଦୂରତା) କ୍ୱାରାଣ୍ଟାଇନ (ସଙ୍ଗରୋଧ) ଇତ୍ୟାଦି ଶବ୍ଦ ସହିତ ଆମକୁ ବେଶ୍ ପରିଚିତ କରାଇପାରିଛି । ଏତ୍ଦ୍ ବ୍ୟତିରେକ ଜୀବନ ରକ୍ଷାପାଇଁ ଫେସ ମାସ୍କ ( ମୁହଁ ତୁଣ୍ଡି ) ଲୋଡାଥିବାରୁ ୟାକୁ ତିଆରି କରିବା ଲାଗି ଗଢିଉଠିଛି ନୂଆ ଉଦ୍ୟୋଗ । ଅସଲରେ ଦେଖିଲେ ଫେସ ମାସ୍କ ମୁହଁରେ ଭିଡିବା ନୁହେଁ ତା ପଶ୍ଚାତରେ ଆମେ କିନ୍ତୁ ସଂଘର୍ଷ କରିଚାଲୁଛୁ ନିଜ ଜୀବନ ବଂଚାଇବା ପାଇଁ ।


ଗତ ମାର୍ଚ୍ଚମାସ ୨୨ ତାରିଖ ରିବିବାର ସକାଳ ସାତଟାଠାରୁ ରାତି ୯ ବାଜିବା ପର୍ଯ୍ୟନ୍ତ ଜାରି କରାଯାଇଥିଲା ଦେଶବ୍ୟାପୀ ଜନତା କର୍ଫୁ୍ୟ । ପରବର୍ତ୍ତୀ କିଛିଦିନ ଭିଡ ଜମିବା ସ୍ଥାନରେ ଲୋକେ ନିଜକୁ ସଂଯତ କରିନେଲେ ବିନମ୍ର ଭାବରେ । ହାତକୁ ଭଲଭାବରେ ସାବୁନ ପାଣିରେ ଧୂଆଧୋଇ କରି ସଫାକରିବା କରିବା ସହିତ ଲୋକମାନେ ସ୍ୱଛତାକୁ ଆପଣାଇ ପାରିଛନ୍ତି । ଯାହାକି ଆଗକୁ ଫ୍ଲୁ(ଜ୍ୱର) ଜୀବଣୁ ଭୂତାଣୁ ସଂକ୍ରମଣ ଇତ୍ୟାଦି ବ୍ୟାଧିକୁ ରୋକିବାରେ ସହାୟକ ହୋଇପାରିବ । ଏବେ ପ୍ରାୟ ସବୁଠି ବ୍ୟବହାର ହେଉଛି ହ୍ୟାଣ୍ଡ ସାନିଟାଇଜର ,ଯାହାକି ଏକ ସ୍ୱାଗତଯାଗ୍ୟ ଓ ପ୍ରସଂଶନୀୟ କାର୍ଯ୍ୟ । ଆଶା- ଆମେ ଅକାରଣେ କୌଣସି ଚିଜକୁ ସ୍ପର୍ଶ ନ କରିବା । ୟା ବ୍ୟତୀତ , ଦୁଇ ଚାରିଚକିଆ ଯାନ ପାର୍କିଂ ଜାଗାରେ ଲକଡାଉନ ନିୟମ ଅନୁଯାୟୀ ଟିକଟ କାଟାଯାଉଛି ସାମାଜିକ ଦୂରତ୍ୱ ନିୟମକୁ ଅକ୍ଷରେ ଅକ୍ଷରେ ଅନୁପାଳନ କରାଯାଇ । ସୁତରାଂ ବଜାର ମଲ୍ ହେରିକା ବନ୍ଦ ହୋଇଥିବାରୁ ଆମେ ନିଜ ଘରେ ସହାବସ୍ଥାନ କରି ସୁରକ୍ଷିତ ହୋଇ ରହିବାର ଆବଶ୍ୟକତାକୁ ଉପଲବ୍ଧି କରୁଛେ ଏବେ ।


ଦେଶବ୍ୟାପୀ ଲକଡାଉନର ବର୍ତ୍ତମାନ ଚାଲିଛି ଷଷ୍ଠ ସପ୍ତାହ । କୋବିଡ-୧୯ ଡାକ୍ତରଖାନା ଓ ଅତ୍ୟାବଶ୍ୟକ ସେବା ସାମଗ୍ରୀକୁ ଛାଦିଦେଲେ ଆଉ ସବୁ ପ୍ରାୟଶଃ ଠପ । ଘରର ଚାରିକାନ୍ଧ ଭିତରେ ନିଜକୁ ବନ୍ଦୀକରି ଘରର ପ୍ରତ୍ୟେକ କୋଣ ସହିତ ପରିଚିତ ହୋଇ ସମୟ ବିତେଇବାକୁ ପଡୁଛି ପରିବାର ସଦସ୍ୟଙ୍କ ଦେଖାରେଖାରେ । ନିଜ ଘରେ ପ୍ରସ୍ତୁତ ବ୍ୟଂଜନ ଖାଇ ଏବେ ଆମେ ସମ୍ପୂର୍ଣ୍ଣ ଭାବେ ବସୋରିଯାଇଛୁ ଚା ଦୋକାନ, ମଲ ଆଡେ ମୁହାଁଇବା,ଗୁଲିଖଟି ଗପସପ କରିବା ଆଉ ସାଙ୍ଗସାଥୀଙ୍କ ମେଳରେ ବୁଲାଚଲା କରି ସମୟ କଟାଇବା କଥାକୁ । ଘରେ ରହି କାର୍ଯ୍ୟ ତୁଲାଇବାର କର୍ପୋରେଟ ସଫଳତାର ନୂତନ ଦିଗନ୍ତକୁ ଦର୍ଶାଇଛି ଲକଡାଉନ । ଚାରିଆଡେ ଛତୁ ଫୁଟିଲାପରି ମାଳମାଳ ମଲ ଆଉ ବଜାରର ରାଜ ଆଉ ନାହିଁ । ମାନେ ସେଥିରେ ଝୁଲୁଛି ତାଲା । ସେପଟେ ସାହିବସ୍ତିର ପିଲାଏ ଲ କ୍ଷହୀନ ଭାବେ ଘୂରିବୁଲୁଛନ୍ତି ଖଣ୍ଡିଏ ଲେଖାଁ ସାଇକେଲ ଚଢି । ଆଉ ପିଲାଙ୍କର ମା ବାପା ବି ମହାଆନନ୍ଦରେ ସମୟ କାଟୁଛନ୍ତି ସାହିପଡୋଶୀଙ୍କ ସହିତ ଖୁସିରେ ଗପସପ କରି । ଏବେ କାହାରି ଘରକୁ ଆଉ କାମବାଲୀ ବା ଚାକରାଣୀ ଆସୁନାହାଁନ୍ତି ପାଇଟି କରିବାକୁ । ଖୁବ ଭଲ ହୁଅନ୍ତା ଆମେ ଯଦି ସେଇ କାମବାଲୀଙ୍କୁ କାମପାଇଟି ବାବଦ ଅଗ୍ରୀମ ଦୁଇତିନ ମାସ ପାଇଁ କିଛି ବେତନ ଦିଅନ୍ତେ । ଯଦ୍ୱାରା କି ସେ ଆଉ କିଛି ଛୋଟ ବେପାର କରି ନିଜ ଆଉ ପରିବାରର ପେଟ ପୋଷିପାରିବ । ଏହା ହିଁ ହେବ ଏହି ଘଡିସନ୍ଧି ମୁହୂର୍ତ୍ତରେ ଆମ ମାନବିକତାର ଶ୍ରେଷ୍ଠ ପ୍ରଦର୍ଶନ ।


ଲକଡାଉନର ଦୋସରା ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ଆତ୍ମନିର୍ଭରଶୀଳତା । ସୁତରାଂ ଆମେ କିଭଳି ଆତ୍ମ ନିର୍ଭରଶୀଳ ହୋଇପାରିବା ତାହା ଆମେ ଶିକ୍ଷା ଲାଭ କରିପାରିଛୁ କରୋନା ବିରୋଧୀ ସହୌଷଧି ଲକଡାଉନ ବା ତାଲାବନ୍ଦରୁ । ଗୋଟିଏ ଛାତତଳେ ତାଳମେଳ ରକ୍ଷାକରି କିଭଳି ସହାବସ୍ଥାନ କରୁଛେ ସେ ଶିକ୍ଷା ବି ଆମେ ଗ୍ରହଣ କରିଛେ କେବଳ ଲକଡାଉନ ଯୋଗୁଁ । ପରିବାରର ପ୍ରତ୍ୟେକ ସଦସ୍ୟ ନିଜ ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି ଆପଣାର ଚିରାଚରିତ ଢଂଗରେ । ପୁଣି ପ୍ରତିଦିନ ସଂଜ ନଇଁଆସିଲେ ଜାଣିବାକୁ ମିଳୁଛି ଯେ ପରିବାରର ସବୁ ସଦସ୍ୟ କାର୍ଯ୍ୟ ନିଷ୍ପାଦନ କରୁଛନ୍ତି । ସମ୍ମିଳିତ ଭାବେ ଆଉ ପାରସ୍ପରିକ ସହଯୋଗରେ । ଏହାଛଡା, ୍ଅନଲାଇନ ଶ୍ରେଣୀ ଜରିଆରେ ପାଠପଢାରେ ମନୋନିବେଶ କରୁଛନ୍ତି ଶିକ୍ଷାର୍ଥୀ । ଏବେ ବିଦ୍ୟାର୍ଥୀ ଆଉ ବିଦ୍ୟାଳୟ ହତା ମାଡୁନାହାଁନ୍ତି ।

ଭାରି ଓଜନିଆ ସ୍କୁଲ ବ୍ୟାଗ କାନ୍ଧରେ ବୋହି ଓ ଚକଚକିଆ ସ୍କୁଲ ୟୁନିଫର୍ମ ପରିଧାନ କରି । ଫଳସ୍ୱରୂପ, ପିଲାଙ୍କ ଉର୍ଜାଶକ୍ତି ଆଉ ସେମାନଙ୍କ ପାଠପଢା ଖର୍ଚ୍ଚ ବାବଦ ବାପାମା ଓ ଅଭିଭାବକଙ୍କର ଧନ ସଂଚୟ ହୋଇପାରିଛି । ଘରର ଚାରିକାନ୍ଧ ଭିତରେ ଆବଦ୍ଧ ହୋଇ ନିଶ୍ଚିତ ଶିକ୍ଷା ଲାଭ କରିହେବ ଅନଲାଇନ ଜରିଆରେ । ସେହିଭଳି ଆବଶ୍ୟକତାଠାରୁ ଅଧିକ ଚିଜ ନ ହାତେଇବା ସକାଶେ ଲକଡାଉନ ଆମକୁ ବାଧ୍ୟ କରାଇଛି । ଏଥିସହିତ ହ୍ରାସପାଇଛି ଅଭ୍ୟାସଗତ କାର୍ଯ୍ୟକଳାପ , ଯେଉଁଥିରେ ଆମେ ତୁଛାଟାରେ ମାତି ମୂଲ୍ୟବାନ ସମୟକୁ ନଷ୍ଟ କରିଦେଉଥିଲେ । ମୋଟାମୋଟି ଭାବେ ଗୋଟିଏ ଜାଗାରେ ରହି ,ପୃଥକ ଭାବେ ଜୀବନ ଜିଇଁବା ଶିଖେଇଛି ଲକଡାଉନ ଗତ କିଛି ସପ୍ତାହ ଧରି ।

Leave A Reply