Odisha news

ଚେନ୍ନାଇ ରୁ ଜଳପଥ ରେ ଆସୁଛନ୍ତି ଆର୍ଯ୍ୟପଲ୍ଲୀ ଅଂଚଳର ମତ୍ସ୍ୟଜିବୀ ସମ୍ପ୍ରଦାୟ ର ବ୍ୟକ୍ତି

0
 ଛତ୍ରପୁର: କରୋନା ଭାଇରସକୁ ମୁକାବିଲା କରିବା ଲାଗି ସାରା ଦେଶ ଏବେ ଲକ୍ ଡାଉନ  । ଏଭଳି ସ୍ଥିତିରେ ଯେଉଁ ବ୍ୟକ୍ତି ଯେଉଁଠି ଅଛନ୍ତି ସେ ସେଇଠି  ରହିବା ଲାଗି କେନ୍ଦ୍ର ଓ ପ୍ରତ୍ୟେକ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି  । ତେବେ ଓଡିଶା ରାଜ୍ୟରୁ ମଧ୍ୟ ଲକ୍ଷାଧିକ ବ୍ୟକ୍ତି ଅନ୍ୟ ରାଜ୍ୟରେ ଫସି ରହିଛନ୍ତି । ଲକ୍ ଡାଉନ ଯୋଗୁଁ ନିଜ ଘରକୁ ଫେରିବା ସମ୍ଭବପର ହେଉପାରୁନାହିଁ  । ତେବେ କିଛି ବ୍ୟକ୍ତି ପ୍ରାଣ ପଣେ ଉଦ୍ୟମ କରି ନିଜ ପରିବାର ନିକଟ ଓ ନିଜ ଗାଁରେ ପହଞ୍ଚିବାକୁ  । ଏବେ କିଛି ଲୋକ ଜଳ ପଥ ଦ୍ୱାରା ବିଭିନ୍ନ ରାଜ୍ୟରୁ ବିପଦ ସଙ୍କୁଳ ଅବସ୍ଥାରେ ବୋଟ୍ ସାହାର୍ଯ୍ୟରେ ଫେରୁଥିବା ଦେଖିବାକୁ ମିଳିଛି  । ଗତ ଦୁଇ ଦିନ ତଳେ ଚେନ୍ନାଇରୁ 38 ଜଣ ଶ୍ରମିକ ଏକ ବୋଟ ସାହାର୍ଯ୍ୟରେ ସୋନାପୁର ରେ ପହଞ୍ଚିଥିଲେ  । ଏମାନେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ କ୍ୱାରାଣ୍ଚାଇନରେ ରଖିଛି  । ପୁଣି ଆଜି ଚେନ୍ନାଇରୁ 33 ଜଣ ଶ୍ରମିକ ସମୁଦ୍ରରେ ଏକ ବୋଟ ସାହାର୍ଯ୍ୟରେ ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ଆସୁଥିବା ସୂଚନା ମିଳିଛି  । ଏହି 33ଜଣ ଚେନ୍ନାଇର କାଶୀମେଡୁ ଫିସିଙ୍ଗ୍ ହେରବର   ଗତ 4 ମାସ ହେଲା କାମ କରିଆସୁଥିଲେ  । ତେବେ କରୋନା ଯୋଗୁଁ ସଂସ୍ଥା ବନ୍ଦ ହୋଇଯିବା ଫଳରେ ଖାଇବା ପିଇବାକୁ ନ ପାଇ ବହୁ କଷ୍ଟରେ ଦିନ କାଟୁଥିଲେ  । ତେବେ ଏମାନେ 2ଲକ୍ଷ 10 ହଜାର ଟଙ୍କାରେ ଏକ ବୋଟ୍ କିଣି ଗତ ଶୁକ୍ରବାର ଅର୍ଥାତ 24ତାରିଖରେ ଚେନ୍ନାଇରୁ ବାହାରିଥିବା ସେମାନଙ୍କ ସମ୍ପର୍କୀୟ ମାନଙ୍କଠାରୁ ସୂଚନା ମିଳିଛି  । ଏହାସହ ସେମାନେ ଚେନ୍ନାଇରୁ ବାହାରିଥିବା ଆର୍ଯ୍ୟପଲ୍ଲୀ ନାଏବ ସରପଞ୍ଚ ପି . ବାବାଜୀଙ୍କ ସହ ଯୋଗାଯୋଗରେ ରଖିଥିବା ନାଏବ ସରପଞ୍ଚ ସୂଚନା ଦେଇଛନ୍ତି  । ବୋଟ୍ ରେ ଆସୁଥିବା 33ଜଣଙ୍କ ମଧ୍ୟରେ ସାନ ଆର୍ଯ୍ୟପଲ୍ଲୀ ଗାଁର 21ଜଣ, ମାର୍କଣ୍ଡି ଗାଁର 5ଜଣ, ସୋନପୁରର ଜଣେ, ରାମେୟାପାଟଣାର ଜଣେ, ନୋଳିଆ ନୂଆଁଗାର ଜଣେ , ପୁରୀ ଜିଲ୍ଲାର ଜଣେ ଓ ଆନ୍ଧ୍ରପ୍ରଦେଶର ଦୁଇ ଜଣ ଶ୍ରମିକ ରହିଛନ୍ତି  । ଆଜି ବିଳମ୍ବିତ ରାତ୍ରି ରେ ଏହି ଶ୍ରମିକମାନେ ଆର୍ଯ୍ୟପଲ୍ଲୀରେ ପହଞ୍ଚିବେ ବୋଲି ସୂଚନା ମିଳିଛି  ।

Leave A Reply