Odisha news

ବେସରକାରୀ ମହାବିଦ୍ୟାଳୟ ଗୁଡିକରେ ଆଡମିଶନ ଫି ୩ ମାସ କୋହଳ କରିବାକୁ ନେଇ ଛାତ୍ର କଂଗ୍ରେସ ତରଫରୁ ଦାବୀପତ୍ର

0

ଅନୁଗୁଳ: କରୋନା ସଂକ୍ରମଣ ହେତୁ ପ୍ରାୟ ୨ ମାସ ହେବ ଦେଶରେ ଲକ୍ଡାଉନ୍ ଚାଲୁଅଛି । ଯାହା ଫଳରେ ବିଭିନ୍ନ ବର୍ଗର ଲୋକଙ୍କର ଜୀବନ ଉପରେ ପ୍ରଭାବ ପଡିଛି । ବହୁ ଲୋକ ନିଜର ଜୀବିକା ମଧ୍ୟହାଉଛନ୍ତି । ଏହି ସମୟରେ ଜିଲ୍ଲାରେ ଥିବା ବେସରକାରୀ ଯୁକ୍ତ ଦୁଇ ବିଦ୍ୟାଳୟ,ଯୁକ୍ତ ତିନି ମହାବିଦ୍ୟାଳୟ, ବେସରକାରୀ ଡିପ୍ଲୋମା ଓ ଡିଗ୍ରୀ ଇଜିଂନିୟରିଂ ମହାବିଦ୍ୟାଳୟଗୁଡିକ ଛାତ୍ର ଛାତ୍ରୀଙ୍କୁ ରି ଆଡମିଶନ ଫି ପଇଠ କରିବାକୁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ ଅଶରିଛି ଛାତ୍ର କଂଗ୍ରେସ ।

ଏହି ସମୟରେ ରି ଆଡମିଶନ ଫି ଆଦାୟ କରକିବା ନିତ୍ୟାନ୍ତ ରୂପେ ଏକ କଷ୍ଟ ଦାୟକ ଘଟଣା ବୋଲି ଛାତ୍ର କଂଗ୍ରେସ ଏଥି ନିମନ୍ତେ ଅନୁଗୁଳ ଛାତ୍ର କଂଗ୍ରେସ କମିଟିର ସଭାପତି ବିଶ୍ୱରଜଂନ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଛାତ୍ର କଂଗ୍ରେସ ଦାବୀ କରିଛି କି ଆସନ୍ତା ୩ ମାସ ପର୍ଯ୍ୟନ୍ତ ରି ଆଡମିଶନ ଫିକୁ କୋହଳ କରାଯାଉ ।

ଆଗକୁ ହେବାର ଥିବା ପରୀକ୍ଷା ନିମନ୍ତେ ଫର୍ମ ଫିଲପ ଫିକୁ କିଛି ମାତ୍ରାରେ କମ୍ କରାଯାଉ । ଯେଉଁ ବ୍ୟକ୍ତି ମାନେ ଏହି ଲକ୍ ଡାଉନ୍ ସମୟରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ସେମାନଙ୍କ ସନ୍ତାନ ମାନଙ୍କର ସମ୍ପୁର୍ଣ୍ଣ ରି ଆଡମିଶନ ଫି ଏବଂ ଫର୍ମ ଫିଲିପ ଫି ଛାଡ କରାଯାଉ । ବିଦ୍ୟାଳୟ ଗୁଡିକ ଖୋଲିସାରିବା ପରେ ଅତ୍ୟନ୍ତ ୨ ମାସ ନିମନ୍ତେ ବିଦ୍ୟାଳୟ ଫି କୁ ବନ୍ଦ କରାଯାଉ । ଏହାକୁ ତୁରନ୍ତଜିଲ୍ଲାରେ ଲାଗୁ କରିବା ପାଇଁ ଛାତ୍ର କଂଗ୍ରେସ ଦାବୀ କରିଛି । ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଛାତ୍ର କଂଗ୍ରେସ ସଭାପତି ବିଶ୍ୱରଜଂନ ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ସାହୁ, ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ମାନସ ରଜଂନ ବିଶ୍ୱାଳ, ସୁଜିତ୍ କୁମାର ଦେହୁରୀ, ଦିନେଶ କାର୍ତିକ ସାହୁ, ତେଜନ କୁମାର ମିଶ୍ର ଉପସ୍ଥିତ ଥିଲେ ।

Nalco

Leave A Reply