Odisha news

ସରକାରୀ ସ୍କୁଲ ଫାଟକ ପଡ଼ି ନାବାଳକ ମୃତ୍ୟୁ

0

ଆଠଗଡ଼ ତା ୭/୪/୨୩ ଆଠଗଡ଼ ବ୍ଲକ ଆଙ୍କୁଲା ସତ୍ୟ ବାଦୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଫାଟକ ଭାଙ୍ଗି ପଡିବାରୁ ଜଣେ ନାବାଳକ ର ମୃତ୍ୟୁ ଘଟିଛି। ଆଙ୍କୁଲା ଗ୍ରାମର କାର୍ତ୍ତିକ ନାଏକ ନିଜର ବୃତ୍ତି ପାଇଁ ସପରିବାର କଟକ ରେ ରହନ୍ତି। ଆଜି ସେ ନିଜ ଗାଁ ଆଙ୍କୁଲା କୁ ଆସିଥିବା ବେଳେ ତାଙ୍କର ୭ ବର୍ଷ ପୁଅ ଚିକୁ ନାଏକ ନିଜର ଦୁଇ ଜଣ ସାଙ୍ଗ ଙ୍କ ସହ ଗ୍ରାମ ପ୍ରାଥମିକ ବିଦ୍ୟାଳୟ କୁ ଖେଳିବାକୁ ଯାଇଥିଲେ। ଆଜି ବିଦ୍ୟାଳୟ ଛୁଟି ଥିବାରୁ ବିଦ୍ୟାଳୟ ବନ୍ଦ ରହିଥିଲା। ମାତ୍ର ବିଦ୍ୟାଳୟ ଗେଟ୍ ଟି ଖୋଲା ରହିଥିଲା। ପିଲାମାନେ ଖେଳ ସାରି ଅପରାହ୍ନ ୫ ଟା ସମୟରେ ଘରକୁ ଫେରିବା ପାଇଁ ଆସୁଥିବା ବେଳେ ବିଦ୍ୟାଳୟ ର  ଗେଟ୍ ର ଗୋଟିଏ ପାର୍ଶ୍ୱ ଲୁହା କବାଟ ସେମାନଙ୍କ ଉପରେ ମାଡିବସିଥିଲା। ଘଟଣା ସ୍ଥଳରେ ମୃତ ଚିକୁ ନାଏକ ଉପରେ ଗେଟ୍ ଟି ମାଡିବସିଥିବା ବେଳେ ଅନ୍ୟ ଦୁଇ ଶିଶୁ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଗୁରୁତର  ଅବସ୍ଥାରେ ତାଙ୍କୁ ମୋଟର ସାଇକେଲ ଯୋଗେ ଆଠଗଡ଼ ଡ଼ାକ୍ତରଖାନାକୁ ନିଆ ଯାଇଥିଲା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଛୁଟି ଥିବାରୁ ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ବିଜୟ ଲକ୍ଷ୍ମୀ ସାମଲ ଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ ଵୁଝି କହିବେ ବୋଲି କହିଥିଲେ।ଏ ସମ୍ପର୍କରେ ଆଠଗଡ଼ ଥାନା ଅପମୃତ୍ୟୁ ମାମଲା ୯/୨୩ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Nalco
Leave A Reply