Odisha news

ଅଭିରାମ ପରମହଂସ ଙ୍କ ସନାତନ ଧର୍ମ ସମ୍ମିଳନୀ

0
ଆଠଗଡ଼ ତା ୦୭-୦୪-୨୩ ଜଗତ ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତ ମିଳନ ଉତ୍ସବ ସ୍ଥାନୀୟ ମହୋତ୍ସବ ପଡ଼ିଆରେ ଆରମ୍ଭ ହୋଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀ କୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ରାଉତ ଓ ତହସିଲଦାର ପ୍ରିୟବ୍ରତ ଦାସ ଯୋଗ ଦେଇଥିଲେ।ଵାଵା ଶ୍ରୀ ସଦାନନ୍ଦ ଦାସ ମହାରାଜ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧୁ ଶ୍ରୀ ରାଧା ରମଣ ଦାସ, ଶ୍ରୀ ଯଶୋଦା ନନ୍ଦନ ଦାସ, ଶ୍ରୀ ଅଯୋଧ୍ୟା ଦାସ ଶ୍ରୀ ରତ୍ନାକର ଦାସ ପ୍ରମୁଖ ପରମହଂସ ଦେବ ଙ୍କ ଦିବ୍ୟ ବାଣୀ ଓ ଲୀଳା ସମ୍ପର୍କରେ ପ୍ରବଚନ ରଖିଥିଲେ। ସକାଳୁ ଆଞ୍ଚଳିକ ଭକ୍ତ ମାନେ ଏକ ଶୋଭାଯାତ୍ରାରେ ନାମ ସଂକୀର୍ତ୍ତନ ସହିତ ନଗର ପରିକ୍ରମା କରିଥିଲେ। ଏହି ଅବସରରେ ଠାକୁର ଙ୍କ ଭଜନ, ଗୋଟିପୁଅ ନୃତ୍ୟ ଏବଂ ପାଲା ପରିବେଷଣ କରା ଯାଇଥିଲା।
Nalco
Leave A Reply