Odisha news

ସାବିତ୍ରୀ ବ୍ରତ : ଫଳ ବଜାରରେ ନିଆଁ

0

ପୁରୀ,୨୧ା୫ : ଆସନ୍ତାକାଲଇ ସାବିତ୍ରୀ ବ୍ରତ ।ସ୍ୱାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ନୂଆ ଶାଢ଼ି, ଚୁଡି ପିନ୍ଧି ନବ ବଧୂ ଓ ସଧବାମାନେ ଶୁଦ୍ଧପୂତ ଭାବେ ଦେବୀ ସାବିତ୍ରୀଙ୍କ ପୂଜାର୍ଚ୍ଚନା କରିବେ । ସାବିତ୍ରୀଙ୍କୁ ଭୋଗ କରିବେ ସୁମିଷ୍ଟ ଫଳ । ସାବିତ୍ରୀ ବ୍ରତ ଲାଗି ପ୍ରାୟ ସବୁ ଫଳ ଦାମ୍ ଅତ୍ୟଧିକଭାବେ ବୃଦ୍ଧିପାଇଥିବା ଦେଖିବାକୁ ମିଳିଛି । ସାହି ଗଳିକନ୍ଦିମାନଙ୍କରେ ମଧ୍ୟ ଠେଲାଗାଡିମାନଙ୍କରେ ବିଭିନ୍ନ ଫଳ ବିକ୍ରି ହୋଇଥିଲା । ଚଢା ଦର ସତ୍ତ୍ୱେ ବ୍ରତ ପାଳନ ଲାଗି ଲୋକମାନେ ବିଭିନ୍ନ ଫଳ ସଂଗ୍ରହ କରିଥିଲେ ।

ଲକଡାଉନ ସତ୍ତ୍ୱେ ସାବିତ୍ରୀ ବ୍ରତ ଉପଲକ୍ଷେ ଗୁରୁବାର ବଜାରରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଶାଢ଼ି, ଚୁଡି ଓ ପ୍ରସାଧନ ସାମଗ୍ରୀ ଦୋକାନରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷତ ହୋଇଥିଲା । ସାମାଜିକ ଦୂରତ୍ୱକୁ ଭୃକ୍ଷେପ ନକରି ଲୋକମାନେ ସାବିତ୍ରୀ ବ୍ରତ ପାଇଁ ଆବଶ୍ୟକୀୟ କଦଳୀ, ନଡିଆ, ସପୁରୀ, ଲିଚୁ, ଖଜୁରି କୋଳି, ଅଙ୍ଗୁର, ତାଳ ସଜ, ସପେଟା, ଗୋଲାପଜାମୁ, ଜାମୁକୋଳି, ଲିଚୁ କୋଳି, ପିଜୁଳି ଆଦି ଫଳମୂଳ ସଂଗ୍ରହ କରିବା ଦେଖିବାକୁ ମିଳିଥିଲା । ବ୍ୟବସାୟୀମାନେ ଅଳତା, କୁଙ୍କୁମ, ଶଙ୍ଖ, କାଚ ଓ ବିଭିନ୍ନ ପ୍ରସାଧନ ସାମଗ୍ରୀର ପସରା ମେଲିଥିଲେ ।

Leave A Reply