ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି କାଶ ତଥା ଛିଙ୍କ ସମେତ ଅନ୍ୟ ମାଧ୍ୟମରେ ୧୦ ମିନିଟ୍ରେ କରୋନା ହୋଇପାରେ । ମାସାଚୁ୍ୟସେଟ୍ସ ୟୁନିଭର୍ସିଟିର ବୈଜ୍ଞାନିକ ଏରିନ୍ ବ୍ରୋମେଜ୍ ଏକ ନୂଆ ଫର୍ମୁଲା ତିଆରି କରିଛନ୍ତି । ସଂକ୍ରମିତ ସ୍ଥାନରେ କେତେ ସମୟ ଅତିବାହିତ କରିଛନ୍ତି ସେହି ଆଧାରରେ ଏହା ଜଣାପଡ଼ିଯିବ । ଯଦି ଜଣେ ସୁସ୍ଥ ବ ୍ୟ କ୍ତ ି କୌଣସି କରୋନା ସଂକ୍ରମିତଙ୍କ ସହ ସାମାଜିକ ଦୂରତ୍ୱ ନ ରଖନ୍ତି ଦଶମିନିଟ୍ ମଧ୍ୟରେ ଭୂତାଣୁରେ ସଂକ୍ରମିତ ହେବା ବିଚିତ୍ର ନୁହେଁ । କଥାବାର୍ତ୍ତା ସମୟରେ କିଛି ଡ୍ରପ୍ଲେଟ୍ ଅଜାଣତରେ ପବନରେ ମିଶେ ଯାହା ଜଣାପଡ଼େ ନାହିଁ । କରୋନାଭାଇରସ୍ ପବନରେ ୧୪ ମିନିଟ୍ ରହେ । ଏଣୁ ସଂକ୍ରମିତଙ୍କ ସହ ବସି ୧୦ ମିନିଟ୍ କଥା ହେଲେ ଭାଇରସ୍ ସଂକ୍ରମଣ ହୋଇପାରେ ।