Odisha news

ନୟାଗଡ଼ରେ କରୋନା ପାଦୃଭାବ, ୫ କେନ୍ଦ୍ରରେ ୨୧ ପଜିଟିଭ୍

0

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇ ୨୧ରେ ପହଞ୍ଚିଛି । ଇତିମଧ୍ୟରେ ଜିଲ୍ଲାର କରଡ଼ା ସଂଗରୋଧ କେନ୍ଦ୍ରର ପ୍ରଥମ ଆକ୍ରାନ୍ତ ସୁସ୍ଥ ହୋଇ ଥିବାବେଳେ ୨୦ ଜଣ ସଂକ୍ରିତ ଚିକିତ୍ସାଧିନ ରହିଛନ୍ତି । ବାହାର ରାଜ୍ୟରୁ ଫେରି ସଂଗରୋଧ କେନ୍ଦ୍ରରେ ରହିଥିବା ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣ ସିମୀତ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ତେଣୁ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ଭୟ ନ ଥିଲେ ସୁଦ୍ଧା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ବାହାର ରାଜ୍ୟରୁ ଫେରି ଜିଲ୍ଲାର ସଂଗରୋଧ କେନ୍ଦ୍ରରେ ରହିଥିବା ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହେଉଛି । ପର୍ଯ୍ୟାୟକ୍ରମେ ଗୁରୁବାର ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ୫ଟି ସଂଗରୋଧ କେନ୍ଦ୍ର କରଡ଼ା-୫, କୋମଣ୍ଡ-୧, ଗଣିଆଁ-୪, କୁରାଳ-୧୦ ଏବଂ ସୁନାମୁଁହି-୧ କୁ ମିସାଇ କରୋନା ପଜିଟିଭ୍ ସଂଖ୍ୟା ୨୧ ହୋଇଛି । ସେମାନଙ୍କ ମଧ୍ୟରୁ କରଡ଼ା କେନ୍ଦ୍ରର ପ୍ରଥମ ପଜିଟିଭ୍ ଚିହ୍ନଟ ବ୍ୟକ୍ତି ଚିକିତ୍ସା ପରେ ସୁସ୍ଥ ହୋଇଥିବା ସରକାରୀ ସୂଚନାରୁ ଜଣାପଡ଼ିଛି । ଏପରି ସ୍ଥିତି ଜିଲ୍ଲାବାସୀଙ୍କ ମନରେ ଚିନ୍ତା ବଢ଼ାଇ ଦେଇଛି ।

ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଗୁରୁବାର ଠାରୁ ପୁଣି କେତେକ କଟକଣା ଲାଗୁ କରିଛି । ବିଶେଷ କରି ପଜିଟିଭ୍ ଚିହ୍ନିତ ସଂଗରୋଧ କେନ୍ଦ୍ର ଆଖପାଖ ରାସ୍ତାଘାଟରେ ଯାତାୟତ ଉପରେ ସଂପୁର୍ଣ୍ଣ କଟକଣା ଲଗାଯାଇଛି । ଲକ୍ଡାଉନ ବଳବତର ରହିଥିଲେ ମଧ୍ୟ ଜିଲ୍ଲାରେ କୋହଳ କରାଯାଇଥିବା ପରିବା ବଜାର, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ପେଟ୍ରୋଲପମ୍ପ୍ ଏବଂ ଓøଷଧ ଦୋକାନ ଆଦି କ୍ଷେତ୍ରରେ ଲୋକେ ସାମାଜିକ ଦୂରତ୍ୱ ଭଙ୍ଗ କରୁଥିବା ଦେଖାଯାଉଛି । ତେଣୁ ସେ ସବୁ ସ୍ଥାନରେ କଡ଼ାକଡ଼ି ଭାବେ ସାମାଜିକ ଦୂରତ୍ୱ ରକ୍ଷା କରାଯିବା ନେଇ ପ୍ରଶାସନିକ ପଦକ୍ଷେପ ଗ୍ରହଣ ପାଇଁ ନିଷ୍ପତ୍ତି ହୋଇଛି ।

Leave A Reply