Odisha news

ଘରର ମୁଖ୍ୟ ଦ୍ୱାରରେ ପ୍ରତି ଗୁରୁବାର ଦିନ ଗାଧୋଇ ସାରି ଛିଞ୍ଚି ଦିଅନ୍ତୁ ଏହି ଗୋଟିଏ ଜିନିଷ , ଦୂରେଇ ଯିବ ସମସ୍ତ ଅଭାବ ଅସୁବିଧା

0

ଶାସ୍ତ୍ର ଅନୁସାରେ ହିନ୍ଦୁ ଧର୍ମରେ ମୁଖ୍ୟ ଦ୍ୱାରକୁ ନେଇ ଅନେକ ନୀତି ନିୟମ ରହିଛି, ଯାହାକି ଜୀବନ ରେ ସକାରାତ୍ମକ ପ୍ରଭାବ ପକାଇଥାଏ l ସେହିଭଳି ଶାସ୍ତ୍ର ଅନୁସାରେ ଅନେକ ନିୟମ ରହିଛି ଯାହାକି ଆମେ ଜାଣି ନଥାଉ l କିନ୍ତୁ ଏହି ନିୟମ କୁ ନିଜ ଜୀବନ ରେ ଯଦି ଆମେ ଲଗେଇବା ତେବେ ଅନେକ କ୍ଷେତ୍ରରେ ସଫଳତା ଲାଭ କରିପାରିବେ l ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାର ସବୁଠୁ ମୁଖ୍ୟ ଅଟେ l କାହିଁକି ନା ଏହି ବାଟ ଦେଇ ଘରକୁ ନକାରାତ୍ମକ ଓ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ l ପ୍ରତ୍ୟେକ ବ୍ୟକ୍ତି ଚାହିଁ ଥାଆନ୍ତି ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରୁ l ସେଥିପାଇଁ ଘରର ମୁଖ୍ୟ ଦ୍ୱାରରେ କିଛିଟା ଉପାୟ କରିବା ଜରୁରୀ l

* କୌଣସି ଉପାୟ କରିବା ପୂର୍ବରୁ ଘରର ମୁଖ୍ୟ ଦ୍ଵାରକୁ ସର୍ବଦା ସଫା ସୁତୁରା ରଖିବା ଜରୁରୀ l ଏହାପରେ ଘରର ମୁଖ୍ୟ ଦ୍ୱାରରେ ଗଙ୍ଗଜଳ ଛିଞ୍ଚନ୍ତୁ, ଏପରି କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ l

* ଘରର ମୁଖ୍ୟ ଦ୍ୱାରରେ ହଳଦୀ ପାଣି ଛିଞ୍ଚନ୍ତୁ , ଏହା ପ୍ରତି ଗୁରୁବାର ଦିନ ନିହାତି କରନ୍ତୁ l ଏହାଦ୍ୱାରା ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ l

* ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ଲୁଣ ପାଣି ଛିଂଚିବା ଦ୍ୱାରା ସକାରାତ୍ମକ ଉର୍ଜା ର ଆଗମନ ହୋଇଥାଏ l

* କଦାପି ଘରର ମୁଖ୍ୟ ଦ୍ୱାରରେ ଅଳିଆ ଆବର୍ଜନା ରଖନ୍ତୁ ନାହିଁ ଓ ଅପରିଷ୍କାର କରନ୍ତୁ ନାହିଁ l ଏହା ଲକ୍ଷ୍ମୀ ଙ୍କ ଆଗମନ ରେ ବାଧା ଆଣିଥାଏ l

Leave A Reply