Odisha news

କୋଭିଡ଼ ର ନୂଆ ଭରିଏଣ୍ଟ କୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚେତାବନୀ, ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

0

ବର୍ତମାନ କରୋନା ପ୍ରଚଣ୍ଡ ବେଗରେ କାୟା ବିସ୍ତାର କରି ଚାଲିଛି l ଯାହାକୁ ନେଇ ସାରା ବିଶ୍ୱ ଚିନ୍ତା ରେ l ଏହା ଗୋଟିଏ ନୂଆ ଭରିଏଣ୍ଟ ଅଟେ l ଏହି ନୂଆ ଭରିଏଣ୍ଟ ର ନାମ 𝙲𝚘𝚟𝚒𝚍 19 𝙹𝙽 .1 l ଏହାକୁ ନେଇ ଚିନ୍ତା ବଢିବାରେ ଲାଗିଛି l ଏହି ଭରିଏନ୍ଟ ଓମିକ୍ରାନ ପରିବାର ର ଭରିଏଣ୍ଟ ଅଟେ l ଯାହାକି ଖୁବ ଭୟାନକ ଅଟେ l

* କୋଭିଡ଼ 𝙹𝙽.1 ର ଲକ୍ଷଣ :-
ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ 𝙹𝙽.1 ହାଲୁକା ରେ ନେବା ଉଚିତ ନୁହେଁ l ଜ୍ୱର , କାଶ ଓ ନାକରୁ ପାଣି ବୋହିବା, ଗଳା ରେ ଯନ୍ତ୍ରଣା, ମୁଣ୍ଡ ରେ ଯନ୍ତ୍ରଣା ଦେଖା ଯାଇଥାଏ l ପ୍ରଶ୍ୱାସ ନେବାକୁ ଅସୁବିଧା ହୋଇ ଧଇଁ ସଇଁ ଲାଗିଥାଏ l କୋଭିଡ଼ ୧୯ ର ନୁଆ ଭରିଏଣ୍ଟ ର ଲକ୍ଷଣ ସର୍ଦି ଓ ଫ୍ଲୁ ସହିତ କିଛି ମାତ୍ରାରେ ମିଶୁଛି l

* ଆପଣାନ୍ତୁ ଏହିସବୁ ଘରୋଇ ଉପାୟ :-
– କୋଭିଡ଼ ର ଏହି ନୂଆ ଭରିଏଣ୍ଟ ରେ ଅଧିକ ମାତ୍ରାରେ ପାଣି ପିଇବା ଆବଶ୍ୟକ l ପାଣି ଗଳା ରୁ କଫ ନିଷ୍କ୍ରିୟ କରିବାରେ ସାହାଯ୍ୟ କରିଥାଏ l ଏହାଛଡା ଡି-ହାଇଡ୍ରେସନ ଠାରୁ ମଧ୍ୟ ଦୂରେଇ ରଖିଥାଏ l

– ବର୍ତମାନ ଆମେ ଯଦି ଫ୍ଲୁ ରେ ପ୍ରଭାବିତ ହେଉଛୁ ତେବେ ଭରପୁର ଆରାମ ନେବା ଜରୁରୀ l ଯାହାଦ୍ୱାରା ଇମ୍ୟୁନ ସିଷ୍ଟମ ମଧ୍ୟ ମଜବୁତ ହୋଇଥାଏ l

– ନିଜ ଖାଦ୍ୟରେ ନିୟମିତ ଜୀଙ୍କ ଯୁକ୍ତ ଭୋଜନ କୁ ଶାମିଲ କରନ୍ତୁ l ରେଡ ମିଟ, ନଟ୍ସ , ଡାଏରୀ ପ୍ରଡ଼କ୍ଟ , ଓ ଅଣ୍ଡା ରେ ଭରପୁର ମାତ୍ରାରେ ଜୀଙ୍କ ରହିଥାଏ l

– ପ୍ରତିଦିନ ଉଷୁମ ପାଣି ରେ ଲୁଣ ପକାଇ ଗର୍ଗଲ କରନ୍ତୁ l ଏହାଦ୍ୱାରା ଛାତିରେ ଜମି ଥିବା କଫ ଦୂର ହୋଇଥାଏ l ଉଷୁମ ପାଣି ଓ ଲୁଣ ସାଇନସ୍ ରୁ ଆରାମ ମିଳିଥାଏ ଓ ଫୁସଫୁସ କୁ ମଧ୍ୟ ଆରାମ ମିଳିଥାଏ l

– ବର୍ତମାନ ସମୟରେ ହର୍ବାଲ ଟି ସେବନ କରିବା ଖୁବ ଫଳ ପ୍ରଦ l ଏହା ଗଳା କୁ ଅରାମ ଦେବା ସହିତ ସର୍ଦି ଫ୍ଲୁ ରୁ ଆରାମ ଦେଇଥାଏ l

Leave A Reply