Odisha news

ଯେଉଁ ପରିବାର ରେ ହୋଇଥାଏ ଏହି ୩ଟି କାର୍ଯ୍ୟ ; ସେହି ପରିବାର ଉପରେ ରହିଥାଏ ଈଶ୍ବରଙ୍କ ଆଶୀର୍ବାଦ

ଶାସ୍ତ୍ର ର ବିଶେଷ ମହତ୍ତ୍ଵ ଆମ ଜୀବନରେ ରହିଛି । ଆମେ ନିଜ ଜୀବନକୁ ଓ ସମାଜକୁ ସୁନ୍ଦର୍ କରିବା ପାଇଁ ଶାସ୍ତ୍ର ଉପରେ ବିଶେଷ ମହତ୍ତ୍ଵ ଦେଇଥାଉ । ଗୋଟିଏ ପରିବାର ଯଦି ଆଦର୍ଶ ହୁଏ ତେବେ ସମାଜ ଆଦର୍ଶ ହେବ । ତେଣୁ ଯେଉଁ ପରିବାର ରେ ସମସ୍ତେ ନିଜ ଭିତରେ ବିଶେଷ ଭାବରେ ବୁଝାମଣା ସହ ରୁହନ୍ତି ସେଠାରେ କୌଣସି ଅସୁବିଧା ହୁଏ ନାହିଁ ।
* ଗୁରୁଜନ ମାନଙ୍କର ସମ୍ମାନ – ଯେଉଁ ପରିବାର ରେ ପିତା ମାତା ନିଜ ସନ୍ତାନକୁ ଗୁରୁଜନ ମାନଙ୍କୁ ବିଶେଷ ଭାବରେ ସମ୍ମାନ ଦେବାକୁ କୁହନ୍ତି , ସେହି ପରିବାରରେ କେବେବି ଅସୁବିଧା ଦେଖା ଦିଏ ନାହିଁ । କାରଣ ଗୁରୁଜନ ଙ୍କ ଆଶୀର୍ବାଦ ଦ୍ଵାରା ସମସ୍ତ ବିପଦ ଦୂରେଇ ଯାଇଥାଏ ଓ ଜୀବନରେ ସଫଳତା ହାସଲ ହୋଇଥାଏ ।
* ଖାଦ୍ୟକୁ ସମ୍ମାନ – ସବୁବେଳେ ଖାଦ୍ୟକୁ ସମ୍ମାନ ଦେବା ଆବଶ୍ୟକ । କାରଣ ଖାଦ୍ୟ ମଣିଷକୁ ଭଗବାନଙ୍କ ଆଶୀର୍ବାଦରେ ମିଳିଥାଏ । ଯେଉଁ ବ୍ୟକ୍ତି ଜୀବନରେ ସବୁବେଳେ ଖାଦ୍ୟକୁ ସମ୍ମାନ ଦେଇଥାଏ ତା ଉପରେ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ରହିଥାଏ । ଯେତେ ଅସୁବିଧା ହେଉ ପଛକେ ତାକୁ ଦୁଇ ଓଳା ଖାଦ୍ୟ ମିଳିଯାଏ ।
* ଯେଉଁ ଘରେ ସ୍ବାମୀ ସ୍ତ୍ରୀ ନିଜ ଆପସ ବୁଝାମଣା ମଧ୍ୟରେ ରହି ଥାଆନ୍ତି , ସେହି ଘରେ କେବେବି ଅର୍ଥ ର ଅଭାବ ରୁହେ ନାହିଁ । କାରଣ ଅର୍ଥ ଅଭାବ ଠାରୁ ବଡ଼ ଅଭାବ କିଛି ବି ନାହିଁ । ଯେଉଁଠି କଳହ ଦେଖାଦିଏ ସେଠାରେ ଲକ୍ଷ୍ମୀ ରୁହନ୍ତି ନାହିଁ । ସବୁବେଳେ ଜୀବନକୁ ବୁଝାମଣା ଦ୍ଵାରା ସମସ୍ତ ସମାଧାନ କରିବା ଉଚିତ୍ ।

Comments are closed.