Odisha news

ସାରଳା ମହାଭାରତ ଓଡିଆ ଜାତିର ଜୀବନବେଦ

ଜଗତସିଂହପୁର,୧୯/୨ :ଓଡିଆ ଭାଷା ସାହିତ୍ୟର ଜନକ ତଥା ମାଟିର ମହାକବି ସାରଳା ଦାସଙ୍କ ଶ୍ରାଦେ୍ଧାସôବ ଆଜି ଜଗତସଂହପୁର ସାରସ୍ୱତ ପରିଷଦ ପକ୍ଷରୁ ସ୍ଥାନୀୟ ତରଡାପଡା ଠାରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସାରଳା ସାହିତ୍ୟ ଗବେଷକ ରାଧାମୋହନ ପରିଜା ଯୋଗଦେଇ ସାରଳା ଦାସଙ୍କ ସାଧନାସିକ୍ତ ସାରସ୍ୱତ ଅବଦାନ ଅତୁଳନୀୟ ବୋଲି କହିବା ସହ ତାଙ୍କ ରଚିତ ମହାଭାରତ,ବିଲଙ୍କା ରାମାୟଣ,ଚଣ୍ଡୀପୁରାଣ ଓ ଲକ୍ଷ୍ମୀନାରାୟଣ ବଚନିକା ଓଡିଆ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛି ବୋଲି ମତ ଦେଇଥିଲେ ।ମୁଖ୍ୟବକ୍ତା ଭାବେ ଅଧ୍ୟକ୍ଷା ସୈାଦାମିନୀ ସାହୁ ତାଙ୍କ ବକ୍ତ୍ୟବରେ ସାରଳା ମହାଭାରତ ଓଡିଆ ଜାତିର ଜୀବନ ବେଦ ବୋଲି କହିଥିଲେ ।ଏଥିରେ ତତôକାଳୀନ ଓଡିଶାର ଲୋକକଥା,କିମ୍ବଦନ୍ତୀ,ପଲ୍ଲୀଚିତ୍ର,ମଠମନ୍ଦିର ଇତ୍ୟାଦି ଅତି ସୁନ୍ଦର ଭାବେ ରୂପାୟିତ ହୋଇଥିଲା ବୋଲି ସେ ଅନୁରୂପ ଭାବେ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶକ ଦୀପକ ଦାସ, ରଶ୍ମିରଞ୍ଜନ ମିଶ୍ର, ଶ୍ୟାମପ୍ରଶାଦ ସ୍ୱାଇଁ,ପ୍ରକାଶ ନାୟକ,ପ୍ରକାଶ ଲେଙ୍କା,ସୁଶ୍ରୀ ଅଞ୍ଜୁଷା ଓ ଛାତ୍ର ରିତିକ୍ ପଲାଇ ଏବଂ ଏସ.କେ ହୁସେନ୍ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଆଦିକବିଙ୍କ ଶ୍ରାଦେ୍ଧାସôବକୁ ସାର୍ବଜନୀନ କରିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଜଗତସିଂହପୁର ଜିଲ୍ଲା ବାଣୀକ୍ଷେତ୍ର ରୂପେ ମାନ୍ୟତା ପାଇବାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଉଦ୍ୟମକୁ ସାରସ୍ୱତ ପରିଷଦ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଥିଲା ଶେଷରେ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅଭିମନ୍ୟୁ ବେହେରା,ପ୍ରଦ୍ୟୁମ୍ନ କୁମାର ସାହୁ ଓ ଧନେଶ୍ୱର ବେହେରା ସହାୟତା କରିଥିଲେ ।

Nalco

Comments are closed.