ନୂଆଦିଲ୍ଲୀ : ଚୋରକୁ ଧରିବା ପାଇଁ ପୋଲିସ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାଏ ,ଏହି ଉପାୟକୁ ଅବଲମ୍ବନ କରି ସେ ନିଜର କର୍ତ୍ତବ୍ୟକୁ ସମ୍ପୂର୍ଣ୍ଣ କରିଥାଏ l ସେହିଭଳି କାର୍ଲିଫର୍ଣ୍ଣିଆର ପୋଲିସ ଚୋରକୁ ଧରିବା ପାଇଁ ଏକ ଅଦ୍ଭୁତ ଉପାୟ ଆପଣାଇଥିଲେ l ଏହି ପୋଲିସ କର୍ମୀମାନେ ସାଣ୍ଟା କ୍ଲଜ ଓ ଇଲଫ ର ପୋଷାକ ପରିଧାନ କରିଥିଲେ l
ଲୋକମାନେ ପୋଲିସ କର୍ମୀ ମାନଙ୍କୁ ଦେଖି ଭାବି ପାରିଲେ ନାହିଁ ଯେ ଏମାନେ ପୋଲିସ କର୍ମୀ ନା ସାଣ୍ଟା କ୍ଲଜ ଅଟନ୍ତି l ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରିବର ସାଇଡ ପୋଲିସ ଦିପାଟମେଣ୍ଟ କହିଛନ୍ତି ଯେ ଛୁଟି ସମୟରେ ବାଢ଼ୁଥିବା ଚୋରି ଘଟଣାକୁ ଅଟକାଇବା ପାଇଁ ପୋଲିସ କର୍ମୀମାନେ ସାଣ୍ଟା କ୍ଲଜ ମିଶନରେ ଯାଇଥିଲେ l
ସୂଚନା ମୁତାବକ ପୋଲିସ ଅଧିକାରୀ ମାନେ ତିନିଜଣ ବ୍ୟକ୍ତିଙ୍କୁ କନିଅନ ସପିଙ୍ଗ ସେଣ୍ଟରର ପର୍କିଙ୍ଗରୁ ଗୋଟିଏ ଧଳା ରଙ୍ଗର ହୋଣ୍ଡା ସିଆରବି ଚୋରି କରୁଥିବା ଦେଖିଥିଲେ l ଏକ ସିସି ଟିଭି ଫୁଟେଜ ଦେଖାଯିବା ପରେ ପୋଲିସ କର୍ମୀମାନେ ଚୋରଙ୍କୁ ଧରିବା ପାଇଁ ଚେଷ୍ଟା କଲେ l ଏହା ପରେ ସେମାନେ ସାଣ୍ଟା କ୍ଲଜର ପୋଷାକ ପିନ୍ଧି ଚୋର ମାନଙ୍କ ନିକଟକୁ ଯାଇ ତାଙ୍କୁ ସହଜରେ କାବୁ କରି ପାରୁଥିଲେ l ଲୋକମାନେ ପୋଲିସ ମାନଙ୍କର ଏହି କାର୍ଯ୍ୟକୁ ନେଇ ଅନେକ ପ୍ରଶଂସା କରିଛନ୍ତି l ହସ୍ତଗତ ହୋଇଥିବା ବିଡିଓ ଅନୁସାରେ ଦେଖିବାକୁ ମିଳିଛି ଯେ ପୋଲିସ ମାନେ ଅତି ସରଳତାର ସହିତ ଚୋର ମାନଙ୍କୁ ଗିରଫ କରି ପାରୁଛନ୍ତି l