ତାମିଲନାଡୁ : ତାମିଲନାଡୁରେ ଜୁନ୍ ୧ରୁ ସମସ୍ତ ସେଲୁନ୍ ଓ ବିୟୁଟି ପାର୍ଲର ଖୋଲିଛି । କିନ୍ତୁ କେଶ କାଟିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ । ସେଥିପାଇଁ ତାମିଲନାଡୁ ସରକାର ମାନକ ସଞ୍ଚାଳନ ପ୍ରକ୍ରିୟା (ଏସ୍ଓପି) ଜାରି କରିଛନ୍ତି । ତଦନୁଯାୟୀ କେଶ କାଟିବା ପାଇଁ ଆଧାରକାର୍ଡ ଦେଖାଇବାକୁ ହେବ । ସେଲୁନ୍ ମାଲିକ ପ୍ରତ୍ୟେକ ଗ୍ରାହକଙ୍କ ନାଁ, ଠିକଣା, ଫୋନ୍ ନମ୍ବର ଓ ଆଧାର ନମ୍ବର ରଖିବେ । ସେଲୁନ୍/ପାର୍ଲର୍ ଏ ନିୟମ ନ ମାନିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗ୍ରାହକଙ୍କ ବିଲ୍ ୧୫୦ରୁ ଅଧିକ ଟଙ୍କା ଆସିଲେ ଡିସ୍ପୋଜେବଲ୍ ଆପ୍ରନ୍ ଓ ଜୋତା ପାଇଁ କଭର୍ ଦେବ ସେଲୁନ୍ । ସେଲୁନ୍ରେ ସାମାଜିକ ଦ୍ୱରତ୍ୱ ସହ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି ।