ରୋମାନିଆ : ରୋମାନିଆରେ ଏମିତି ଜୋତା ବିକ୍ରି ହେଉଛି ଯାହା ଆବଶ୍ୟକତା ଠାରୁ ଅଧିକ ବଡ଼ । ଉଦ୍ଦେଶ୍ୟ ଜୋତା ଦ୍ୱାରା ସାମାଜିକ ଦୂରତ୍ୱ ରକ୍ଷା କରିବା । ରୋମାନିଆରେ ଲକ୍ଡାଉନ୍ କଟକଣା କୋହଳ ହେବା ପରେ ଲୋକେ ସାମାଜିକ ଦîରତ୍ୱ ରକ୍ଷା କରୁ ନାହାନ୍ତି । ଜୋତା ନିର୍ମାତା ଗ୍ରିଗୋର୍ ଲୁପ୍ ଚମଡାରେ ଲମ୍ବା ଜୋତା ବାବଦରେ ଚିନ୍ତା କରି ତୁରନ୍ତ ତିଆରି କଲେ । ୟୁରୋପୀୟ ସାଇଜ୍ ୭୫ ନମ୍ବରରେ ଏ ଜୋତା ଉପଲବ୍ଧ । ଲୁପ୍ଙ୍କର ଏଭଳି ଜୋତାରେ ପ୍ରାୟ ଗୋଟେ ମିଟର ଦୂରତ୍ୱ ରକ୍ଷା ହୋଇପାରୁଛି । ଏବେ ଲୁପ୍ଙ୍କୁ ଏହା ପାଇଁ ପ୍ରଚୁର ଅର୍ଡର ମିଳୁଛି । ଜୋତା ପାଇଁ ବଡ଼ ଚମଡ଼ା ଆବଶ୍ୟକତା ହେଉଥିବା କହିଛନ୍ତି ଲୁପ୍ ।୩୯ ବର୍ଷ ହେବ ସେ ଜୋତା ତିଆରି କରି ଆସୁଛନ୍ତି । ୨୦୦୧ରେ ସେ ନିଜର ଜୋତା ଶୋ’ରୁମ୍ ଆରମ୍ଭ କଲେ । ଜୋତାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।