Odisha news

ଦବଙ୍ଗ ଖାନ ଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ , ପୋଲିସ କଣ୍ଟ୍ରୋଲ ରୁମ୍ କୁ ଫୋନ କରି କହିଥିଲା ଏହି କଥା

0

ମୁମ୍ବାଇ :ବଲିଉଡ ଭାଇଜାନ ଅର୍ଥାତ ସଲମାନ ଖାନ ଙ୍କୁ ଲଗାତାର ଭାବରେ ଧମକ ମିଳି ଚାଲିଛି l  ଯାହାକୁ ନେଇ ସମ୍ପୂର୍ଣ ବଲିଉଡ ରେ ଭୟ ଦେଖାଦେଇଛି l  ନିକଟରେ ଜଣେ ବ୍ୟକ୍ତି ମୁମ୍ବାଇ ପୋଲିସ ର କଣ୍ଟ୍ରୋଲ ରୁମ୍ କୁ ଫୋନ କରି ସଲମାନ ଙ୍କୁ ହତ୍ୟା କରିବା ପାଇଁ କହିଥିଲା l  ଯାହାକୁ ବର୍ତମାନ ପୋଲିସ ଗିରଫ କରି ନେଇଛି l  ମିଳିଥିବା ସୂଚନା ଅନୁସାରେ ଧମକ ଦେଇଥିବା ବ୍ୟକ୍ତି ଜଣେ ନାବାଳକ l ବର୍ତମାନ ପଚରାଉଚରା ଜାରି ରହିଛି l ମିଳିଥିବା ସୂଚନା ଅନୁସାରେ ପୋଲିସ କହିଛି ଯେ ଏହି କଲ ରେ କୌଣସି ଗମ୍ଭୀରତା ନାହିଁ l ଅନ୍ୟ ପକ୍ଷରେ ଏହାକୁ ନେଇ ଯାଞ୍ଚ ଚାଲିଛି l ପୋଲିସ ର ସୂଚନା ଅନୁସାରେ ଉକ୍ତ ନାବାଳକ ଜଣଙ୍କ ପୋଲିସ କଣ୍ଟ୍ରୋଲ ରୁମ କୁ ଫୋନ କରି କହିଥିଲା ଯେ ଆସନ୍ତା ୩୦ ତାରିଖ ମଧ୍ୟରେ ସେ ସଲମାନ ଖାନ ଙ୍କୁ ହତ୍ୟା କରିବ l

କଲ କରିବା ସମୟରେ ନାବାଳକ ଜଣଙ୍କ ନିଜ ର ପରିଚୟ ରକି ଭାଇ ବୋଲି ଦେଇଥିଲା l  ଏହାଛଡା ସେ କହିଥିଲା ଯେ ତା ଘର ରାଜସ୍ଥାନ ର ଜୋଧପୁର ରେ ଅବସ୍ଥିତ ଓ ସେ ଜଣେ ଗୋ ରକ୍ଷକ l ଏହା ପୂର୍ବରୁ ଗୋଟିଏ ଜାତୀୟ ଗଣମାଧ୍ୟମ ର ଗୋଟିଏ ସାକ୍ଷାତକାର ରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ସଲମାନ ଖାନ ଙ୍କୁ ଜୀବନ ରେ ହତ୍ୟା କରିବାର ଧମକ ଦେଇଛି l  ଲରେନ୍ସ କହିଛି ଯେ ଯଦି ସଲମାନ ଖାନ ବିକାନେର ରେ ଆମ ମନ୍ଦିର ରେ ଯାଇ କ୍ଷମା ମାଗିବେ ତେବେ ତାଙ୍କୁ ଆମେ କ୍ଷମା କରିଦେବୁ , ଯଦି ଏହା ସଲମାନ ନକଲେ ତେବେ ତାଙ୍କ ଜୀବନ ପ୍ରତି ବିପଦ ଅଛି l ନିକଟରେ ସଲମାନ ନିଜର ସୁରକ୍ଷା ପାଇଁ ଗୋଟିଏ ବୁଲେଟ ପ୍ରୁଫ ଗାଡି କିଣିଛନ୍ତି l ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା l

Govt
Leave A Reply