ସାଲେପୁର :  ସୋସିଆଲ୍ ମିଡ଼ିଆରେ ଧର୍ମ ଓ ବିଶ୍ୱହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂ ସେବକଙ୍କୁ ଆକ୍ଷେପ କରି ବିବାଦୀୟ ମନ୍ତବ୍ୟ ଦେଇ ଭାଇରାଲ୍ କରିଥିବା ଅଭିଯୋଗରେ ଆଜି ଉତ୍ତରପ୍ରଦେଶ ପୁଲିସ ସାଲେପୁର ପୁଲିସ ସହାୟତାରେ ଜଣେ ଯୁବକକୁ ଗିରଫ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ କୁସମ୍ବୀ ଗ୍ରାମର ରସିଦ୍ ଅହେମ୍ମଦଙ୍କ ପୁତ୍ର ସୟଦ ହସନ ଅହେମ୍ମଦ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆର.ଏସ୍.ଏସ୍. ସଂଗଠନ, ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗଦଳ, ଗୋରକ୍ଷକ ସଂଗଠନ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଲେଖି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରୁଥିବା ନେଇ ଉତ୍ତରପ୍ରଦେଶ ବାଗପଥ ଜିଲ୍ଲାର ବିଶ୍ୱହିନ୍ଦୁ ପରିଷଦର ଅଧ୍ୟକ୍ଷ କୁଲଦିପ ପାଞ୍ଚାଲ ସିଙ୍ଗାବଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ସିଙ୍ଗାବଲି ପୁଲିସ ଅଭିଯୋଗକୁ ଗ୍ରହଣ କରି ସୟଦ ହସନ ଅହେମ୍ମଦଙ୍କ ମୋବାଇଲ୍ ଟ୍ରାକିଂ କରିବା ସହ ଉତ୍ତର ପ୍ରଦେଶରୁ ଏକ ଦୁଇଜଣିଆ ପୁଲିସ ଟିମ୍ ସାଲେପୁର ଥାନାରେ ପହଞ୍ଚô ସାଲେପୁର ପୁଲିସ ସହାୟତାରେ ତାକୁ ଗିରଫ କରିଥିବା ଜଣାଯାଇଛି । ଆସନ୍ତା କାଲି ହସନଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ହସନଙ୍କ ବିରୁଦ୍ଧରେ ସିଙ୍ଗାବଲି ଥାନାରେ କେଶ୍ ନଂ୨୦୧ ରେ   ଦଫା ୫୦୭, ୫୦୪, ୧୫୩ଏ, ୧୨୪ଏ ଦେଶଦ୍ରୋହ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଆସନ୍ତା କାଲି ସାଲେପୁର କୋର୍ଟରେ ତାକୁ ହାଜର କରାଇବାପରେ ରିମାଣ୍ଡରେ ଉତ୍ତର ପ୍ରଦେଶ ନେବେ ବୋଲି ଉତ୍ତର ପ୍ରଦେଶ ପୁଲିସ ଏସ୍.ଆଇ. ସୁରଜମଲ ସିଂ ପ୍ରକାଶ କରିଛନ୍ତି

LEAVE A REPLY

Please enter your comment!
Please enter your name here